ରମ୍ପାସ ଓ ଇଞ୍ଚୋଳରେ ବିଜେଡି ପକ୍ଷରୁ ମାସ୍କ ବଣ୍ଟନ ସଚେତନତା କାର୍ଯ୍ୟକ୍ରମ 

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବଡରମ୍ପାସ ଓ ଇଞ୍ଚୋଳ ପଞ୍ଚାୟତରେ ବିଜେଡି ପକ୍ଷରୁ ମାସ୍କ ବଣ୍ଟନ ଓ କରୋନା ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇଞ୍ଚୋଳ ପଞ୍ଚାୟତରେ ପଞ୍ଚାୟତ ସଭାପତି ଅଭିମନ୍ୟୁ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକମାନଙ୍କୁ ମାସ୍କ ବଣ୍ଟନ କରିବା ସହିତ କରୋନା ଟୀକା ନବାହାରିବା ପର୍ଯ୍ୟନ୍ତ ସରକାରଙ୍କ ନୀତି ନିୟମକୁ ମାନି ଚଳନ୍ତୁ, ସାବୁନରେ ହାତ ଧୁଅନ୍ତୁ ଓ ସାମାଜିକ ଦୁରତା ରକ୍ଷା କରନ୍ତୁ ବୋଲି ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସରପଞ୍ଚ ପାର୍ବତୀ ନାୟକ, ନାୟବ ସରପଞ୍ଚ ବିଜୟ କୁମାର ମହାପାତ୍ର, ସୁବାସ ମହାପାତ୍ର, ଅନନ୍ତ ଗୋପାଳ ପଣ୍ଡା, କଅଷ୍ଣଚନ୍ଦ୍ର ସାଙ୍କ ସମେତ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ । ସେହିପରି ବଡରମ୍ପାସ ପଞ୍ଚାୟତରେ ସରପଞ୍ଚ କାବେରୀ ସାହୁ, ପଞ୍ଚାୟତ ବିଜେଡି ସଭାପତି ବଳରାମ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଭାଗିରଥି ସେଠୀ ଯୋଗଦେଇ ଘରଘର ବୁଲି ଲୋକମାନଙ୍କୁ ମାସ୍କ ବଣ୍ଟନ କରିବା ସହିତ କରୋନା ମହାମାରୀରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ବୋଲି ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ବରିଷ୍ଠ ନେତା ରବିନ୍ଦ୍ର କୁମାର ସାହୁ, ସମାଜସେବୀ ବାବୁଲି ପଟ୍ଟନାୟକ, ଚିତ୍ତରଞ୍ଜନ ପାତ୍ର, ସୁଧାକର ଓଝା, ପ୍ରଦୀପ କୁମାର ଜେନା, ଗୌରାଙ୍ଗ ରଣା ପ୍ରମୁଖ ଯୋଗ ଦେଇଥିବାବେଳେ ପାର୍ଥ ସୌଭ ସା, ରବିନ୍ଦ୍ର ଜେନା, ନାରାୟଣ ବେହେରା, ଭୀମସେନ ପେରେଇ, ସନ୍ତୋଷ ଜେନା, ଦେବେନ୍ଦ୍ର ଜେନା, ପ୍ରଶାନ୍ତ ପାତ୍ର, ଆଲୋକ ସାହୁଙ୍କ ସମେତ ଶତାଧିକ ବିଜୁ ଜନତା ଦଳର କର୍ମୀ ସାମିଲ ହୋଇଥିଲେ । ଏହି ଅବସରରେ ପ୍ରତି ସାହିରେ ବିଧାୟକ ଶ୍ରୀ ସେଠୀଙ୍କୁ ଗାଁର ମହିଳାମାନେ ଶଙ୍ଖ ଓ ହୁଳହୁଳୀ ମଧ୍ୟରେ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ