ରମ୍ପାସ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ହିଁ ଜୀବନ କାର୍ଯ୍ୟକ୍ରମ

ହାଟଡ଼ିହି, (ବିକାଶ ବିଶ୍ୱାଳ):ବଡରମ୍ପାସ ପ୍ରାଥମିକ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ କମିଟି ପକ୍ଷରୁ ବିଦ୍ୟାଳୟ ପରିବେଶକୁ ଆକର୍ଶଣୀୟ ଓ ସରଶ ସୁନ୍ଦର କରିବା ପାଇଁ ଅଭିନବ ପଦକ୍ଷେପ ମାନ ହାତକୁ ନେଇଛି । ଏବେ ମୋ ସ୍କୁଲ ଅଭିଯାନ ଅନୁଦାନରେ ବିଦ୍ୟାଳୟର ପାଚେରୀ ନିର୍ମାଣ କରାଯିବା ସହିତ ବିଦ୍ୟାଳୟ ପରିସରରେ ଏକ ସୁନ୍ଦର ଫୁଲ ବଗିଚା କରାଯାଉଛି । ଆଜି ମୋ ସ୍କୁଲ ଅଭିଯାନ କମିଟିର ଚେୟାରମ୍ୟାନ ସତ୍ୟଭୁଷଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ‘ବୃକ୍ଷ ହିଁ ଜୀବନ’ କାର୍ଯ୍ୟକ୍ରମରେ ଏବିଇଓ ଧନେଶ୍ୱର ଖଣ୍ଡେଇ, ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନା, ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଜେନା, ୍ରବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଧାରୀ ବିଶ୍ୱାଳ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ସାହୁ, ସମାଜସେବୀ ଭକ୍ତ ଶେଖର ଜେନା, ସ୍କୁଲ ପରିଚାଳନା କମିଟିର ପୁର୍ବତନ ସଭାପତି ବଳରାମ ସେନାପତି, ଛାତ୍ର ଅଭିଭାବକ ସୁରେନ୍ଦ୍ର କୁମାର ବେହେରା, ସମାଜସେବୀ ଜୟନ୍ତ ସାମଲ, ଜିଆରଏସ ନିରଞ୍ଜନ ବାରିକ ପ୍ରମୁଖ ଯୋଗଦେଇ ‘ବୃକ୍ଷ ହିଁ ଜୀବନ’ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ନିଜ ଘର ବାଡିରେ ପ୍ରତିବର୍ଷ ଅତି କମରେ ଗୋଯିଏ ଲେଖାଏଁ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅତିଥି ମାନେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ସବିତା ସାହୁ, ଅଜୟ କୁମାର ଜେନା, ହୃଷିକେଶ ପଣ୍ଡା, ନାରାୟଣ ଓଝା, ତାରିଣୀ କିଙ୍କର ଧଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ