ରମ୍ଭାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ
ରମ୍ଭା,(ଯୁଗାବ୍ଦ ନ୍ୟୁଜ୍):ଗଞ୍ଜାମ ଜିଲ୍ଲା ଓଷ୍ଠା ପକ୍ଷରୁ ରମ୍ଭା ହାଇସ୍କୁଲରେ ଗଞ୍ଜାମ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି ।ଏଥିରେ ବ୍ଲକର ୨୩ଟି ଉଚ୍ଚ ବିଦ୍ୟାଳୟର ପ୍ରାୟ ୨୫୦ଜଣ ପ୍ରତିଭା ଛାତ୍ରଛାତ୍ରୀ ଯୋଗଦେଇଥିଲେ ।ଏଥିରେ ୧୦ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି ଉତ୍ସବକୁ ସମାଜସେବୀ ସୁବାଷ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ଉଦଯାପନ ଉତ୍ସବ ଶିକ୍ଷାବିତ୍ ବିଜୟ କୁମାର ବିଶ୍ବାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ରାୟ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରମ୍ଭା ବନପ୍ରାଣୀ ଅଧିକାରୀ ନଗେନ କୁମାର ପଣ୍ଡା,ସମ୍ମାନିତ ଅତିଥିଭାବେ ଓଷ୍ଠାର ଜିଲ୍ଲା କ୍ରୀଡା ସମ୍ପାଦକ ବିଜୟ କୁମାର ବେହେରା,ସ୍କୁଲ ପରିଚାଳନା କମିଟିର ସଭାପତି ସୁଜିତ କୁମାର ବେହେରା,ଗଂଜାମ ଓଷ୍ଠାର ଉପସଭାପତି ଭିକାରୀ ଚରଣ ଗୌଡ଼,ରାମଚନ୍ଦ୍ର ବାଡ଼ତ୍ୟା,ପୁର୍ବତନ ଏନଏସି ଅଧ୍ୟକ୍ଷ ବିଜୟ କୁମାର ବିଶ୍ବାଳ,ଓଷ୍ଠାର ଶିକ୍ଷା ବିଭାଗ ଉପଦେଷ୍ଟା ପ୍ରଭାତ ଦାସ,ଗଞ୍ଜାମ ବ୍ଲକର ଓଷ୍ଠାର ସମ୍ପାଦକ ରାମ ପଲେଇ,ସାହିତ୍ୟିକ ତଥା ଶ୍ରୀମା ଅରବିନ୍ଦ କେନ୍ଦ୍ରର ସାଧିକା ଲକ୍ଷ୍ମୀବାଇ ଦଳେଇ ,ସିଆରସିସି ଲୋକନାଥ ବେହେରା ,ଗୋପାଳକୃଷ୍ଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ନାୟକ ,ସାବିଲିଆ ଷ୍ଟୁଡେଣ୍ଟ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ସେନାପତି ,ରମ୍ଭା ହାଇସ୍କୁଲର ଶିକ୍ଷକ ଅଭିରାମ ସାହୁ ,ଅମର ପ୍ରସାଦ ନାୟକ,ଅଜିତ ବେହେରା,ରୋଜାଲିନ ମହାପାତ୍ର ପ୍ରମୁଖ ବହୁ ଶିକ୍ଷକ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।ଏଥିରେ ବିଜୟ ଛାତ୍ରଛାତ୍ରୀ ଆସନ୍ତା ୨୩ତାରିଖ ଦୁରୁବନ୍ଧରେ ହେବାକୁ ଥିବା ଜିଲ୍ଲା ମହୋତ୍ସବରେ ଯୋଗ ଦେବେ ।ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାରଣା ସ୍ୱାଗତ ଭାଷଣ ଦେଇଥିବା ବେଳେ ରାମଚନ୍ଦ୍ର ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ ।