ରମ୍ଭା ଥାନା ଅଞ୍ଚଳରେ ସିରିଜ ଚୋରି ଘଟଣାରେ , ଚାରିଗିରିଫ

ଗଂଜାମ, (ବିନୋଦ ପଲେଇ):ଗଞ୍ଜାମ ବ୍ଳକରେ ଗତ କିଛି ଦିନ ଧରି କଣ୍ଟିଆ ଗଡ଼,ବୁରୁଡ଼ି, ଲାଉପୁଟୁ,ଆଦି ଅଞ୍ଚଳରେ ଏକାଧିକ ଚୋରି ମାମଲାରେ ରମ୍ଭା ପୋଲିସ ଚାରି ଜଣଙ୍କୁ ଗିରିଫ କରିବା ସହ ସେମାନଙ୍କ ଠାର ଚୋରି ଯାଇଥିବା ସୁନା ଓ ସାମଗ୍ରୀ ଜ଼ବତ କରିଛି । ଗତ ମାସ ୧୦ ତାରିଖରେ କଣ୍ଟିଆ ଗଡ଼ ଗ୍ରାମର କାଳୁ ପଳେଇଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଓ ଜିନିଷ ପତ୍ର ଚୋରି ହୋଇଥିଲା। ପରେ ଅଇଁଠା ବନଗ୍ରାମର ତୋଫାନ ଦାସଙ୍କୁ ପ୍ରଥମେ ଧରି ଥାନାରେ ଜେରା କରିବା ପରେ ସମସ୍ତ ଚୋରି ତଥ୍ୟ ପଦାକୁ ଆସିଥିଲା। ପରେ ରମ୍ଭା ଆଇଆଇସି ଦୀପ୍ତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲାଉପୁଟ ଗ୍ରାମର ରଘୁନାଥ ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ ଚୋରି ସାମଗ୍ରୀ କିଣି ରଖିବା, ଏବଂ ରମ୍ଭା ପାନ୍ଥନିବାସ ରୋଡର ନିରଞ୍ଜନ ନାହାକଙ୍କୁ ଗିରିଫ କରି କେଶ ନମ୍ବର ୪୭୪/୨୧ ରେ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ରମ୍ଭା ଆଇଆଇସି ପ୍ରଧାନ ଦାଇତ୍ୱ ନେବା ପରେ ଅପରାଧୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ