ରମ୍ଭା ଥାନା ପକ୍ଷରୁ ଜୁଆ ଆଡ଼ାରେ ଚଢ଼ାଉ
ଗଂଜାମ, (ବିନୋଦ ପଲେଇ) : ରମ୍ଭା ଥାନା ଅଞ୍ଚଳରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଜୁଆ ଆଡ଼ା ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ରମ୍ଭା ପୋଲିସ ତରଫରୁ ଚଢ଼ାଉ କରି ୧୧,୦୦୦ ଟଙ୍କା ,୮ଟି ମୋବାଇଲ ଫୋନ ଜବତ କରିବା ସହ ୧୦ ଜୁଆଡ଼ିଙ୍କୁ ଗିରଫ କରିଥିବା ଜଣାପଡିଛି । ରମ୍ଭା ଥାନା ଅଞ୍ଚଳର କୋମଣ୍ଡ ଗ୍ରାମ ଛକ ଠାରେ ଜୁଆ ଖେଳ ଚାଲିଥିବା ନେଇ ରମ୍ଭା ଆଇଆଇସି ଦୀପ୍ତି ରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ ଏସ.ଆଇ ଶରତ କୁମାର ଦାସ, ଚଢ଼ାଉ କରି ନଗଦ ୬,୫୫୦ ଟଙ୍କା ଓ ତିନି ମୋବାଇଲ ଫୋନ ଜବତ କରିବା ସହ କେଶ ନମ୍ବର ୪୮୧/୨୧ ରୁଜୁ କରି ଚାରି ଜୁଆଡ଼ିଙ୍କୁ ଗିରଫ କରିଛନ୍ତି । ସେହିପରି ଖଣ୍ଡିଦେଉଳି ଛକ ନିକଟରେ ଜୁଆ ଆଡ଼ା ଚାଲିଥିବା ବେଳେ ଚଢ଼ାଉ କରି ୪୪୫୦ ଟଙ୍କା ସହ ୫ ମୋବାଇଲ ଫୋନ ଜବତ କରିବା ସହ କେଶ୍ ନଂ-୪୮୨/୨୧ ମାମଲା ରୁଜୁ କରି
ପାଞ୍ଚଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।


