ରମ୍ଭା ଥାନା ପକ୍ଷରୁ ୧୨୮ ଲିଟର ମଦ ଜବତ : ଦୁଇ ଗିରଫ
ଗଞ୍ଜାମ, ତା:୨୦/୧୦/୨୧ ରମ୍ଭା ଥାନା ପକ୍ଷରୁ ଦୁଇ ପୃଥକ ପୃଥକ ଭାବେ ଦୁଇଟି ସ୍ଥାନରେ ବେଆଇନ ଭାବେ ମଦ ବିକ୍ରି ଚାଲୁଥିବା ସମୟରେ ରମ୍ଭା ଆଇଆଇସି ଦୀପ୍ତି ରଂଜନ ବେହେରାଙ୍କ ତତ୍ତ୍ୱାବଧାନରେ ଥାନା ଏ.ଏସ.ଆଇ ଛବିରାଣୀ ନାୟକ, ସୋମନାଥ ମହାରଣା ଚଢ଼ାଉ କରି ୧୨୮ ଲିଟର ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ସେମାନେ ହେଲେ – ବାଗଲପୁର ଗ୍ରାମ ଦାସ ସାହିର କାଳୁଚରଣ ଦାସଙ୍କ ଠାରୁ ୬୬ ଲିଟର ଓ ବି.ବାହାଡ଼ାପୁଲ୍ଲୀ ଗ୍ରାମର ଭୀମ ଦାସ ଙ୍କ ଠାରୁ ୬୨ ଲିଟର ମଦ ବିକ୍ରି କରୁଥିବା ବେଳେ ଜବତ କରିବା ସହ ଉଭୟଙ୍କ ନାମରେ ପୃଥକ ପୃଥକ କେଶ୍ ନଂ- ୪୮୫/୨୧ ଓ ୪୮୬/୨୧ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।


