ରମ୍ଭା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉନ୍ନୀତ କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମତ୍ସ୍ୟଜୀବି ନେତା
ରମ୍ଭା, (ମିଥୁନ ବାରିକ୍):ରମ୍ଭା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉନ୍ନୀତ ବା ଏରିଆ ହସ୍ପିଟାଲ କରିବାପାଇଁ ବହୁଦିନ ଧରି ଦାବୀ କରି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେପି ତଥା ମତ୍ସ୍ୟଜୀବି ନେତା ଭୀମସେନ ବେହେରା ବରିଷ୍ଟ ରାଜ୍ୟ ବିଜେପି ନେତା ମହେଶ ମହାନ୍ତି ସହଯୋଗରେ ସଚିବାଳୟ ଠାରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରି ସବିଶେଷ ଅସୁବିଧାର ବିବରଣୀ ପ୍ରକାଶ କରିଥିଲେ। ୨୦୧୫ ମସିହା ଠାରୁ ଦାବି ଓ ଆନ୍ଦୋଳନ ରମ୍ଭା ଉନ୍ନୟନ ସଂଘ ଉପସ୍ଥାପନା କରି ଆସୁଅଛି। ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଆନ୍ଦୋଳନ ସ୍ଥଳକୁ (୨୬.୧୨.୨୦୧୫)ଆସି ପ୍ରତିଶ୍ରୁତି ଦେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଭୁବନେଶ୍ବର ପତ୍ର ସଂଖ୍ୟା ୧୮୨୯୭ପ୍ରକାରେ ଉଊଗଙ ବ୍ରହ୍ମପୁର କୁ ଜଣାଇଥିଲେ ଏଵ ୩୦.୧୨.୨୦୧୫ରିଖ ପତ୍ର ସଂଖ୍ୟା ୧୮୪୫୦ପ୍ରକାରେ ପ୍ରିନ୍ସିପାଲ ସଚିବ ଓ ପ୍ରୋଜେକ୍ଟ ହେଡ ପକ୍ଷରୁ ୧୭.୨.୨୦୧୬ଚିଠି ନମ୍ୱର ୧ପ୧୪୧୨୦୧୬ ପ୍ରକାରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ବିଭାଗ ବ୍ରହ୍ମପୁର କୁ ଜଣାଇଥିଲେ ଏହା ଅତ୍ୟନ୍ତ ଆବଶ୍ୟକତା ବୋଲି। କିନ୍ତୁ ବିଡ଼ମ୍ବନାର ବିଷୟ ଏ ପର୍ୟ୍ୟନ୍ତ କାର୍ୟ୍ୟକ୍ଷମ ହୋଇନାହିଁ। କମ୍ ଦିନ ଭିତରେ ରମ୍ଭା ଏନ ଏ ସି ଅଧକ୍ଷା,ବିଧାୟକ, ସାଂସଦ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଜରିଆରେ ରମ୍ଭା ଅଞ୍ଚଳବାସୀ ମଧ୍ୟ ଦାବୀ ଉପସ୍ଥାପନା କରିଛନ୍ତି । କିଭଳି ୨୪ ଘଣ୍ଟା ସେବା ପାଇ ପାରିବେ, ଗର୍ଭବତୀ ମହିଳା ପ୍ରସବ ଓ ସାଧାରଣ ରୋଗ ପାଇଁ ଆଉ ବ୍ରହ୍ମପୁର କୁ ନ ଯିବେ ସେଥିପ୍ରତି ଦୃଷ୍ଟି ଆକର୍ଷଣ କରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବା ଏରିଆ ହସ୍ପିଟାଲ କରିବାପାଇଁ ଅଞ୍ଚଳବାସୀ ଆଶା କରିଛନ୍ତି ।