ରମ୍ଭା ମେଡ଼ିକାଲରେ ସେବା ପ‌‌କ୍ଷ କାର୍ଯ୍ୟକ୍ରମରେ ରୋଗୀଙ୍କୁ ଫଳ ବଣ୍ଟନ ‌‌ଓ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଗଂଜାମ, (ବିନୋଦ ପଲାଇ):ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିବସ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସେପ୍ଟେମ୍ବର ୧୭ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ୧୫ଦିନ ଧରି ସେବା ପକ୍ଷ ପାଳନ ଅବସରରେ ରମ୍ଭା ମେଡିକାଲ ଠାରେ ରୋଗୀଙ୍କୁ ଫଳ ବଣ୍ଟନ ଓ ସ୍ଵଛଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି lଗଞ୍ଜାମ ଜିଲ୍ଲା ଏସି ମୋର୍ଚ୍ଚା ସଭାପତି କୀର୍ତ୍ତନ ଦାସଙ୍କ ନେତୃତ୍ୱରେ ରମ୍ଭା ସ୍ଥିତ ଚିଲିକା କୁଳରେ ସଫାଇ କାର୍ଯ୍ୟକ୍ରମ ହୋଇଥିଲା। ଏହାକୁ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଶୁଭାରମ୍ଭ କରିଥିଲେ lରମ୍ଭା N.A.Cର ଅଧ୍ୟକ୍ଷା ମାନସୀ ସ୍ୱାଇଁ ଓ ଉପାଧ୍ୟକ୍ଷ କାଳିଆ ତରାଇ, ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଉପସଭାପତି ଶ୍ରୀମତୀ ରଶ୍ମିରାଣୀ ମହାପାତ୍ର ଙ୍କ ଉପସ୍ଥିତିରେ ରମ୍ଭା ମେଡିକାଲରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକ ପୂର୍ବତନ ଅଧକ୍ଷ ରଘୁନାଥ ସାହୁ, ଗଞ୍ଜାମ ବ୍ଲକ ବିଧାୟକ ପ୍ରତିନିଧି ମାନସ ରଞ୍ଜନ ନାହାକ, ରମ୍ଭା ମଣ୍ଡଳ ସଭାପତି ସିମାଞ୍ଚଳ ବାଡତ୍ୟା, ପୂର୍ବତନ ସରପଂଚ ଜନାର୍ଦ୍ଦନ ଦୋରା, ପୂର୍ବତନ ସମିତି ସଭ୍ୟ ନିରଂଜନ ନାହାକ,ବିଜେପି ନେତା ଜବାହରଲାଲ ନାହାକ, ସୁରେନ୍ଦ୍ର ନାଥ ସାହୁ,, କାହ୍ନା ସ୍ବାଇଁ ଓ ଡି . ଦୁର୍ଯ୍ୟୋଧନ ରେଡି,ବନଜ ମହାପାତ୍ର, ମତ୍ସ୍ୟଜୀବୀ ନେତା ଭିମସେନ ବେହେରା, ବୈରାଗୀ ଚରଣ ତରାଇ, ପ୍ରଶ୍ନ କୁମାର ନାହାକ, ବିଳାସ ନାହାକ, କିର୍ତ୍ତନ ପରିଡ଼ା, ନାଗେସୁ,ମହେଶ୍ୱର ଦାସ, ଗଜେନ୍ଦ୍ର ଦାସ, କେଦାରନାଥ ବାରିକ, ରମାକାନ୍ତ ନାହାକ ସମେତ ବହୁ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ