ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟରେ ନୌସେନା ଦିବସ ପାଳନ

ରମ୍ଭା, (ମିଥୁନ ବାରିକ୍):ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟରେ ନୌସେନା ଦିବସ ପ୍ରଧାନ ଶିକ୍ଷକ ଗୋପୀନାଥ ବେହେରାଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଏନ. ସି. ସି. ଶିକ୍ଷକ ଅଜିତ କୁମାର ବେହେରାଙ୍କ ତତ୍ୱାବଧାନରେ ଏନ. ସି. ସି. ଛାତ୍ରଙ୍କୁ ନେଇ ଏକ ବିଶାଳ ଗଣ ବେଶରେ ଜାତୀୟ ପତକା ଓ ବେନେର ଧରି ରମ୍ଭା ସହର ପରିକ୍ରମା ସହ ଚିଲିକା ଜେଟିରେ ନୌକା ବିହାର କରାଯାଇଥିଲା l ଶିକ୍ଷକ ଜଗବନ୍ଧୁ ପ୍ରଧାନ, ଆଶିଷ କୁମାର ମହାପାତ୍ର, କୃଷ୍ଣ ଚନ୍ଦ୍ର ବlଡତ୍ୟା, ବିକ୍ରମ କୁମାର ପଲେଇ, ଶିକ୍ଷୟିତ୍ରୀ ଶ୍ରୀୟା ଦେବୀ ସ୍ୱାଇଁ, ରୋଜାଲିନ ମହାପାତ୍ର, ଶୁଭଶ୍ରୀ ସାରଳା ପରିଡା, ରାମିତ୍ରୀ ଶବର, ଅନିତା ଜେନା,ପ୍ରମୁଖ ମଞ୍ଚାସିନ ହୋଇଥିଲେ l ଏନ. ସି. ସି. ଛାତ୍ର ମାନଙ୍କ ମଧ୍ୟରେ ବକୃତା, ଚିତ୍ରାଙ୍କନ, ଗୀତ, ନାଚ ଭଳି ବିଭିନ୍ନ ପ୍ରତିଯୋଗିତା ହୋଇଥିଲା l ଏଥିରେ କୃତି ଛାତ୍ର ମାନଙ୍କୁ ପ୍ରଥମ ଭାବେ ଗୋଲଡ଼ ମେଡଲ ଓ ଦ୍ୱିତୀୟ ଭାବେ ସିଲଭର ମେଡଲ ପୁରସ୍କାର କରାଯାଇଥିଲା l ଚିତ୍ରାଙ୍କନରେ ପ୍ରଥମ ଜ୍ୟୋତିର୍ମୟ ବେହେରା, ବକୃତl ରେ ପ୍ରଥମ ଶ୍ରୀତମ ବେହେରା ରଚନାରେ ଶ୍ରୀତମ ବେହେରା ଙ୍କୁ ପୁରସ୍କାର କରାଯାଇଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ଶିକ୍ଷୟିତ୍ରୀ ରୋଜାଲିନ ମହାପାତ୍ର ଓ ଗୁଣମଣି ବେହେରା, ରମେଶ ଚନ୍ଦ୍ର ନାୟକ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ