ରମ୍ଭା ସାନଘାଟିରେ ଡକାୟତି ଯୋଜନା କରି ନିଜେ ଫସିଲେ ଡ୍ରାଇଭର

ଗଞ୍ଜାମ (ବିନୋଦ ପଲେଇ): ରମ୍ଭା ଥାନା ଓ ଖଲ୍ଲିକୋଟ ଥାନା ମଧ୍ୟ ଭାଗରେ ଥିବା ସାନଘାଟି ଉପରେ ଏକ କୌତୁହଳ ଡକାୟତି ଯୋଜନା ରଚନା କରି , ନିଜେ ଡ୍ରାଇଭର ଫସିଥିବା ଜଣାପଡିଛି।   ଭୁବନେଶ୍ୱର ଏକ ପିକଅପ ଭ୍ୟାନ ବ୍ରହ୍ମପୁର ନିକଟ ହଳଦିଆ ପଦରକୁ ଅଣ୍ଡା ଆଣିବା ପାଇଁ ଯାଉଥିଲା । ଠିକ ଅପରାହ୍ନ ପାଞ୍ଚଘଣ୍ଟ ସମୟରେ ସାନଘାଟି ଉପରେ ଡ୍ରାଇଭର ପିକଅପ ଭ୍ୟାନ ରଖି ଅଣ୍ଡା ବାବଦରେ କ୍ରୟ ପାଇଁ ରଖିଥିବା ଏକ ଲକ୍ଷ ଏକତିରିଶି ହଜାର ଟଙ୍କା ଆତ୍ମଗୋପନ କରି, ଗାଡିଟିକୁ ଘାଟି ଉପରେ ବନ୍ଦ ରଖି , ୨୨୦ପଲସରରେ ଦୁଇଜଣ ଆସି ଟାଙ୍କା ଛଡ଼ାଇନେବା ସହ ମୋବାଇଲ , ଗାଡି ଚାବି ମଧ୍ୟ ନେଇଯାଇଥିବା ନେଇ ରମ୍ଭା ଥାନାକୁ ଖବର ଦେଇଥିଲା । ପୋଲିସ ଖବର ପାଇବା କ୍ଷଣି ତୁରନ୍ତ ରମ୍ଭା ଆଇଆଇସି ଦୀପ୍ତିରଞ୍ଜନ ବେହେରାଙ୍କ ନେତୃତ୍ୱରେ ପୋଲିସ ଟିମ ପହଞ୍ଚି ତନାଘନା ଆରମ୍ଭ କରିଥିଲେ। ଘଟଣା ସ୍ଥଳଟି ଖଲ୍ଲିକୋଟ ଥାନା ଅଧୀନରେ ଆସୁଥିବାରୁ ,ରମ୍ଭା ପୋଲିସ ଖଲ୍ଲିକୋଟ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ଖଲ୍ଲିକୋଟ ପୋଲିସ ପହଞ୍ଚି , ଉଭୟ ଥାନାର ପୋଲିସ ତନାଘନା କରି ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ଏହା ଡକାୟତି ନୁହେଁ ବୋଲି ସନ୍ଧେହ କରି ଡ୍ରାଇଭରକୁ ନିର୍ଜନ ସ୍ଥାନକୁ ନେଇ ମାରଥାନ ଜେରା କରିବା ପରେ ଡ୍ରାଇଭର ରଚିଥିବା ଡକାୟତି ଯୋଜନା ପଦାକୁ ଆସିଥିଲା। ଡ୍ରାଇଭର ନିଜେ ମାଲିକ ଠାରୁ ଆଣିଥିବା ଟାଙ୍କା, ମୋବାଇଲ, ଗାଡି ଚାବିକୁ ପୃଥକ ପୃଥକ ଭାବେ ପାହାଡ଼, ଗଛ ବୁଦା ମୂଳ ସୁରକ୍ଷିତ ଭାବେ ରଖିଥିଲା।ଡ୍ରାଇଭର ମୋବାଇଲକୁ ପୋଲିସ କଲ କରି ଟ୍ରାକିଙ୍ଗରେ ପକାଇ ଲୁଟାଯାଇଥିବା ଟଙ୍କା, ଓ ମୋବାଇଲକୁ ଗଛମୁଳେ ଥିବା ସ୍ଥାନରେ ପହଂଚିଥିଲା। ସେଠାରୁ ଗାଡିଚାବି, ମୋବାଇଲ,ଟାଙ୍କା ଜବତ କରିବା ସହ ଡ୍ରାଇଭରକୁ ମାରାଥନ ଜେରା କରିବାରୁ ସେ ଡକାୟତି ଯୋଜନା କରିଥିବା ସ୍ୱୀକାର କରିଥିଲା । ଡ୍ରାଇଭର ର ମାଆର ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ଅର୍ଥର ଅଭାବ ଲାଗି ରହିଥିବାରୁ ମାଲିକଙ୍କୁ କିଛି ଟଙ୍କା ମାଗିଥିଲା ।ମାତ୍ର ମାଲିକ ଅର୍ଥ ଦେବାକୁ ମନାକରିଦେଇଥଲା।ଫଳରେ ଡ୍ରାଇଭର କ୍ଷୁବ୍ଧ ହୋଇ ଏହି ଡକାୟତି ରଚନା ରଚିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲା।ଅନ୍ୟପଟେ ଅଧିକ ଜେରା ଓ ତଦନ୍ତ ପାଇଁ ଡ୍ରାଇଭରକୁ ଖଲ୍ଲିକୋଟ ଥାନାକୁ ନିଆଯାଇଛି। ଏହି ତଦନ୍ତ ସମୟରେ ରମ୍ଭା ଏସଆଇ ବିକାଶ କୁମାର ସାମଲ, ଶରତ ଚନ୍ଦ୍ର ଦାସ, ଗୃହରଖି ଲୋକନାଥ ପାତ୍ର, ପ୍ରଭାତ ନାହାକ, ରୂପକ ପଲେଇ, ଓ ଖଲ୍ଲିକୋଟ ପୋଲିସ ସାମିଲ ହୋଇଥିଲେ।ଖବର ଲେଖିଲାବେଳକୁ ଥାନାରେ କେଶ ରେଜିଷ୍ଟିର ହୋଇନଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ