ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଶୁକ୍ରବାର ବିଳମ୍ବିତ ରାତ୍ରିରେ ସ୍ଥାନୀୟ ପୈରାଞ୍ଚଳ ହିଞ୍ଜିଳି ଗ୍ରାମର ଜଣେ ଯୁବକ ଘରର ଛାତ ଦୁଲାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ହିଞ୍ଜିଳି ଗ୍ରାମର ଶିବ ଦାସ (୪୪)। ଏ ନେଇ ହିଞ୍ଜିଳି ଥାନାରେ ୧୩/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଶବକୁ ଜବତ କରିବା ସହ ଶନିବାର ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ିନାହିଁ । ଗତ କିଛି ଦିନ ଧରି ଯୁବକ ଜଣକ ମାନସିକ ଅବସାଦ ମଧ୍ୟରେ ରହୁଥିଲେ । ଶୁକ୍ରବାର ରାତିରେ ପରିବାର ସଦସ୍ୟ ରାତ୍ର ଭୋଜନ ସାରି ଶୋଇବା ପରେ ଯୁବକ ଜଣକ ଆତ୍ମହତ୍ୟା କରିଥିଲେ । ଘଟଣା ନେଇ ମୃତକଙ୍କ ସ୍ତ୍ରୀ ରୁପାଲି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଶଵ ବ୍ୟବଛେଦ ପରେ ମୃତ ଶରୀରକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ