ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ଥାନା ଅନ୍ତର୍ଗତ ଘୋଡାଂଶ ଗାଁର ଅଶୋକ ଦାସଙ୍କ ଏକମାତ୍ର ପୁଅ ଅଭିଜିତ(୨୨) ଗୁରୁବାର ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସୂଚନା ମୁତାବକ ଅଭିଜିତ୍ ଗୁରୁବାର ରାତିରେ ଖାଇ ସାରିବା ପରେ ଶୋଇବା ପାଇଁ ଯାଇଥିଲେ । ପରିବାର ଲୋକ ସକାଳୁ ଶୋଇବା ଘର କବାଟ ଖୋଲି ଦେଖିଲା ବେଳକୁ ଅଭିଜିତ୍ ଫ୍ୟାନରେ ରଶି ଲଗାଇ ଦେଖିବାକୁ ପାଇଥିଲେ । ଏସଂକ୍ରାନ୍ତରେ ଥାନାକୁ ଖବର ଦିଆଯାଇଥିଲା । ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଥାନା ପକ୍ଷରୁ ୩/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ଶୁଭ୍ରାଂଶୁ ଶେଖର ପରିଡା ସୂଚନା ଦେଇଛନ୍ତି ।