ରଶ୍ମିଙ୍କୁ କନ୍ଦାଇଲେ ସଲ୍‌ମାନ୍‌

ମୁମ୍ବାଇ: ‘ବିଗ୍‌ବସ୍‌-୧୩’ରେ ଚାଲିଥିବା ହାଇଭୋଲ୍ଟେଜ୍‌ ଡ୍ରାମାରେ ରଶ୍ମି ଦେଶାଇଙ୍କୁ ବଲିଉଡ୍‌ ଷ୍ଟାର୍‌ ସଲ୍‌ମାନ୍ କନ୍ଦାଇଥିବା ନଜରକୁ ଆସିଛି। ଏହି ଘଟଣା ପୂରା ସୋଶାଲ୍‌ ମିଡିଆ ଓ ବିଗ୍‌ବସ୍‌ ହାଉସ୍‌କୁ ଦୋହଲାଇଦେଇଛି। ‘ୱିକେଣ୍ଡ କା ବାର୍‌’ ଏପିସୋଡ୍‌ରେ ସଲ୍‌ମାନ୍‌ ସମସ୍ତଙ୍କ ସାମ୍ନାରେ ଅରହାନ୍‌ଙ୍କ ଅସଲ ମୁଖା ଖୋଲିଥିଲେ। ଯାହାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବିଶେଷ କରି ରଶ୍ମି ଦେଶାଇଙ୍କୁ ଏକ ବଡ଼ ଝଟକା ଲାଗିଥିଲା। ଅରହାନ୍‌ ଖାନ୍‌ କିଛିଦିନ ତଳେ ବିବି-ହାଉସ୍‌ରେ ୱାଇଲ୍ଡ କାର୍ଡ଼ଭାବେ ରି-ଏଣ୍ଟ୍ରି କରିବାବେଳେ ରଶ୍ମିଙ୍କୁ ମୁଦି ଦେଇ ପ୍ରପୋଜ୍‌ କରିଥିଲେ। ଏହାପରେ ରଶ୍ମି ମଧ୍ୟ ହଁ କହିଦେଇଥିଲେ। କିନ୍ତୁ ଗତ ଏପିସୋଡ୍‌ରେ ସଲ୍‌ମାନ୍‌ ଅରହାନ୍‌ଙ୍କ ମିଛର ପର୍ଦ୍ଦାଫାସ୍‌ କରିଥିଲେ। ସଲ୍‌ମାନ୍‌ ରଶ୍ମିଙ୍କୁ କହିଥିଲେ ଯେ ଆରହାନ୍‌ ପୂର୍ବରୁ ବିବାହିତ ଓ ତାଙ୍କର ଏକ ପିଲା ମଧ୍ୟ ଅଛି। ଏସବୁ ଶୁଣିବା ପରେ ଅରହାନ୍‌ଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରୁଥିବା ରଶ୍ମି ଭାଙ୍ଗିପଡ଼ିଥିଲେ। ରଶ୍ମିଙ୍କୁ ଅନେକ କାନ୍ଦିବା ଓ ଭାଙ୍ଗିପଡ଼ିଥିବା ଦେଖି ସଲ୍‌ମାନ୍‌ ନିଜେ ଘର ଭିତରକୁ ଯିବେ ଓ ତାଙ୍କୁ ସମ୍ଭାଳିବା ସହ ବୁଝାଇବେ ମଧ୍ୟ। ଏସବୁ ଆଜିର ଏପିସୋଡ୍‌ରେ ଦେଖିବାକୁ ମିଳିବ। ରଶ୍ମିଙ୍କର ଏଭଳି ବ୍ରେକ୍‌ଡାଉନ୍‌ ଦେଖି ତାଙ୍କ ଫ୍ୟାନ୍‌ମାନେ ବେଶ୍ ଦୁଃଖୀ ଅଛନ୍ତି। ଏଥିସହ ଫ୍ୟାନ୍‌ମାନେ ସଲ୍‌ମାନ୍‌ ଅରହାନ୍‌ଙ୍କ ପର୍ଦ୍ଦାଫାସ୍‌ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କର ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ