ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ) : ଶନିବାର ସଂନ୍ଧାସୁଦ୍ଧା ଓଡିଶାରେ ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ରାଜ୍ୟ ପ୍ରଶାସନର ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ତେବେ ଆସନ୍ତାକାଲି ରାଷ୍ଟ୍ରପତି ଆସନ୍ତାକାଲି ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଦ ଦେଶରେ ପାଇକମାନଙ୍କ ଉଦେଶ୍ୟରେ ପାଇକ ସ୍ମାରକୀ ଭବନର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ରାଜ୍ୟ ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେହିପରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଲିପ୍ୟାଡ଼ ପଡ଼ିଆ ଓ ବରୁଣେଇ ସଭା ସ୍ଥଳ ବୁଲି ଦେଖିଛନ୍ତି । ମୋଟାମୋଟି ଭାବେ ଗୋଶାଳା ହେଲିପ୍ୟାଡ଼ ଠାରୁ ବରୁଣେଇ ସଭାସ୍ଥଳ ପର୍ଯ୍ୟନ୍ତ ରାସ୍ତର ଉଭୟ ପାଶ୍ୱର୍ ବ୍ୟାରିକେଟ କରାଯାଇଛି । କେନ୍ଦ୍ରଚଂଳ ଆଇ ସୌମେନ୍ଦ୍ର ପ୍ରୀୟଦର୍ଶୀ ସଭା ସ୍ଥଳ ବୁଲିବା ସହ ସମସ୍ତ ପୋଲସ ପର୍ସନଙ୍କୁ ନେଇ ଏକ ବୈଠକ କରି ରାଷ୍ଟ୍ରପତିଙ୍କ ସୁରକ୍ଷା କରାଯାଇଥିବା ବ୍ୟବସ୍ଥା ସଂପର୍କରେ ବୁଝାଇବା ସହ କିଭଳି ସାଧାରଣ ଲୋକମାନେ ସଠିକ ଭାବେ ସଭାସ୍ଥଳରେ ପହଂଚିବେ, ସେନେଇ ପୋଲିସମାନେ ଭଦ୍ର ଓ ନମ୍ର ହେବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିସହ ଏସପି ଖୋର୍ଦ୍ଧା ମୁଖ୍ୟ ଦାୟିତ୍ୱରେ ରହିବେ ଏବଂ ତାଙ୍କୁ ସହାୟତା କରିବାକୁ ୪ଜଣ ଏସପି ପାହ୍ୟାର ଅଫିସର, ୯ଜଣ ଅତିରିକ୍ତ ଏସପି, ୧୫ଜଣ ଡ଼ିଏସପି, ୨୬ଜଣ ଇନସପେକ୍ଟର ନିୟୋଜିତ କରାଯାଇଛି । ଏତଦବାଦ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି କେନ୍ଦ୍ରଚଂଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ଆସନ୍ତାକାଲି ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ଆନ୍ଦ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଶିଳାନ୍ୟାସ କାର୍ୟ୍ୟକ୍ରମରେ ଯୋଗଦାନ କରିବେ ।


