ରସାଳପୁରରେ ୩ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରାଣମୂର୍ଚ୍ଛା ପ୍ରଚାର

ବାଲେଶ୍ୱର, (ସରୋଜ ପଣ୍ଡା) :-ଚଳିତ ପଞ୍ଚାୟତ ନିର୍ବାଚନରେ ଶେଷ ପର୍ଯ୍ୟାୟରେ ହେବାକୁ ଥିବା ସଦର ଓ ରେମୁଣା ବ୍ଲକର ପଞ୍ଚାୟତଗୁଡ଼କରେ ଏବେ ଧୂଆଁଧାର ପ୍ରଚାର ଚାଲିଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ସଦର ବ୍ଲକ ଅନ୍ତର୍ଗତ ରସାଳପୁର ଗ୍ରାମ ପଞ୍ଚାୟତରେ ନିର୍ବାଚନୀ ମାହଲ ବେଶ ସରଗରମ ହେବାରେ ଲାଗିଛି । ୭ ହଜାରରୁ ଉର୍ଦ୍ଧ୍ୱ ମତଦାତା ଥିବା ୧୯ ୱାର୍ଡ଼ ବିଶିଷ୍ଟ ଏହି ପଞ୍ଚାୟତର ୱାର୍ଡ଼ସଭ୍ୟ ଓ ସମିତି ସଭ୍ୟ ପ୍ରାର୍ଥୀ ଅପେକ୍ଷା ୩ ସରପଞ୍ଚ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଚଳିତ ନିର୍ବାଚନରେ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ସରପଞ୍ଚ ପଦରେ ବୁଦ୍ଧରାମ ବେହେରା, ସୁଶାନ୍ତ କୁମାର ପାତ୍ର ଓ ହରିପଦ ବେହେରା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ବିଦ୍ରୋହୀ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିବା ବୁଦ୍ଧିରାମ ବେହେରାଙ୍କ ପ୍ରତି ଗୋଟିଏ ଗୋଷ୍ଠୀର ସମର୍ଥନ ଥିବା ବେଳେ ସୁଶାନ୍ତ କୁମାର ପାତ୍ରଙ୍କ ଉପରେ ପୂର୍ବତନ ସରପଞ୍ଚ ଓ ତାଙ୍କ ସହଯୋଗୀଙ୍କ ଆଶୀର୍ବାଦ ରହିଛି । ଅନ୍ୟପକ୍ଷରେ ପୂର୍ବରୁ ଦୁଇଥର ପରାଜିତ ହୋଇଥିବା ପତ୍ନୀ ବିଦ୍ୟୁତପ୍ରଭା ପତିଙ୍କ ପ୍ରତି ଥିବା ଭୋଟରଙ୍କ ସମ୍ବେଦନଶୀଳତାକୁ ପାଥେୟ କରିଛନ୍ତି ହରିପଦ ବେହେରା । ତେବେ ୩ ପ୍ରାର୍ଥୀ ପ୍ରାଣମୂର୍ଚ୍ଛା ପ୍ରଚାର ଚଳାଇଥିବା ବେଳେ ଏହି ନିର୍ବାଚନରେ ତିନିହେଁ ବେଶ ଆଶାବାଦୀ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ