ରାଇକିଆରେ ବିଜେଡି ର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ
ରାଇକିଆ, (ଓ୍ବାଇଏନ୍ଏସ୍):କନ୍ଧମାଳ ଜିଲା ରାଇକିଆ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇ ଯାଇଛି । ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଥିଲେ । ଏହି ୨୪ ତମ ପ୍ରତିଷ୍ଠା ଦିବସ ଅବସର ରେ କେକ୍ କଟା ଯିବା ସହ ଜି ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଦଳ ଯେପରି ଦୃଢ଼ ସ୍ଥିତି ବଜାୟ ରଖିବ ଏବଂ ରାଜ୍ୟ ସରକାର ଙ୍କ ପ୍ରତ୍ୟେକ ବିକାଶ ମୂଳକ କାର୍ଯ୍ୟ ତୃଣ ମୂଳ ସ୍ତରରେ ଲୋକଙ୍କ ପାଖରେ ଯେପରି ପହଞ୍ଚି ପାରିବ ସେ ନେଇ କାର୍ଯ୍ୟ କରିବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଜିଲା ବିଜେଡି ସଂଖ୍ୟା ଲଘୁ ସେଲ ସଭାପତି ଜୟାନନ୍ଦ ନାୟକ, ପୂର୍ବତନ ଜିଲା ଯୁବ ବିଜେଡି ସଭାପତି ପ୍ରଦୀପ ପ୍ରଧାନ, ପୂର୍ବତନ ସ୍ଵତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ , ଜି ଉଦୟଗିରି ବ୍ଲକ ଅଧ୍ୟକ୍ଷା ଦିପ୍ତିରେଖା ପ୍ରଧାନ, ଏମପି ପ୍ରତିନିଧି ସୁଧାଂଶୁ ପାଣିଗ୍ରାହୀ, ବ୍ଲକ ବିଜେଡି ସଭାପତି ରାଜମୋହନ ଦିଗାଲ ଙ୍କ ସମେତ ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଦଳୀୟକର୍ମୀ ମାନେ ଯୋଗ ଦେଇଥିଲେ ।


