ରାଇକିଆରେ ସଟ୍ ଡାଉନ୍ ପ୍ରଭାବ, ରାସ୍ତାଘାଟ ଜନଶୂନ୍ୟ

ରାଇକିଆ (ପ୍ରଦୀପ କୁମାର ବେହେରା): କନ୍ଧମାଳ ଜିଲ୍ଲା ରେ ଆଜି ଠାରୁ ସପ୍ତାହନ୍ତ ସଟ୍ ଡାଉନ୍ ଲାଗୁ ହୋଇଛି । ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ସପ୍ତାହ ର ଶେଷ ପର୍ଯ୍ୟନ୍ତ ଶନିବାର ଓ ରବିବାର ସଟ୍ ଡାଉନ୍ ରହିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହାର ପ୍ରଭାବ ରାଇକିଆ ରେ ଦେଖିବାକୁ ମିଳିଛି । ପୋଲିସ ତରଫରୁ ପେଟ୍ରଲିଂ କଡାକଡି କରାଯାଇଛି । ରାସ୍ତା ଘାଟ ଜନ ଶୂନ୍ୟ ରହିଛି । ସଟ୍ ଡାଉନ୍ ନିୟମ ନ ମାନି ବାହାରେ ବୁଲୁଥିବା ଅମାନିଆଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ