ରାଇକିଆରେ ସରସ୍ଵତୀ ପୂଜା ଧୂମ୍ ଧାମରେ ପାଳନ
ରାଇକିଆ, (ଆଦିତ୍ୟ ପ୍ରସାଦ ପାଢ଼ୀ) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସରସ୍ଵତୀଙ୍କ ପୂଜାର୍ଚ୍ଚନା ଧୁମଧାମରେ ପାଳିତ ହୋଇଛି । ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, କୋଚିଂ ସେଣ୍ଟରରେ ସରସ୍ଵତୀ ପୂଜା ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା । ବିଶେଷ କରି ଶିକ୍ଷାନୁଷ୍ଠାନ ମାନଙ୍କୁ ଛାତ୍ରଛାତ୍ରୀ ମାନେ ନୂତନ ପୋଷାକ ପରିଧାନ କରି ନଡ଼ିଆ ଭୋଗ ରାଗ ଫୁଲ ଓ ବହି ପ୍ୟାକେଟ ଧରି ଯିବା ସହ ପୂଜାରେ ସାମିଲ ହୋଇ ସରସ୍ଵତୀଙ୍କୁ ଆରାଧନା ଓ ପୁଷ୍ପାଞ୍ଜଳି ଦେଇଛନ୍ତି । ରାଇକିଆ ସରକାରୀ ବାଳିକା ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୁଧାକିରଣ କଲେଜ, ଜୀବନ ଜ୍ୟୋତି କଲେଜ ସହ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସରସ୍ଵତୀ ପୂଜା ହର୍ଷ ଉଲ୍ଲାସ ଓ ଭକ୍ତି ଭରା ପରିବେଶରେ ପାଳନ କରାଯାଇଛି।