ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ରେ ଯୋଗ ଶିବିର
ରାଇକିଆ, (ଯୁଗାବ୍ଦ ନ୍ୟୁଜ):ଯୁବ ଓଡିଶା ନବୀନ ଓଡିଶା କାଯ୍ୟକ୍ରମ ଅନ୍ତର୍ଗତ ଆଜି ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି ।ଅଧକ୍ଷ ଡ.ଶକଂର୍ଷଣ ସାହୁକଂ ତତ୍ୱାବଧାନରେ ଆୟୋଜିତ ଏହି ଶିବିର ରେ ପତଞ୍ଜଳି ଯୋଗ ସମିତି ଜିଲ୍ଲା ଯୋଗ ପ୍ରଭାରୀ ତଥା ଯୋଗ ଗୁରୁ ବଟ କ୍ରୁଷ୍ନ ଦାଶ ଯୋଗ ଦେଇ ଯୋଗ ପ୍ରଣାୟମ ଶିକ୍ଷା ଦେଇଥିବା ବେଳେ ଦୁର୍ଗା ମାଧବ ପଟ୍ଟନାୟକ ସହଯୋଗ କରିଥିଲେ। କାଯ୍ୟକ୍ରମକୁ ପ୍ରୋଗ୍ରାମ ଅଫିସର ବିଶ୍ୱ ବିହାରୀ ଦଳେଇ ,ନୋଡାଲ ଅଫିସର ବେଣୁ ପାଣି ମହାପାତ୍ର ପରିଚାଳନା କରିଥିବା ବେଳେ ଅଧ୍ୟାପକ ପ୍ରମୋଦ ନାୟକ,ଦିଲ୍ଲୀପ କୁମାର ନାୟକ ଅଧ୍ୟାପିକା ସସ୍ମୀତା ଲୋହାର,ଲିଜାଲୀନ ଭୋଇ,ଫିରଦୋଷି ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଛାତ୍ରଛାତ୍ରୀ ମାନେ ଭସ୍ତ୍ରୀକା, କପାଳଭାତୀ, ବାହ୍ୟ,ଅନୁଲୋମ ବିଲୋମ,ଭ୍ରାମରୀ,ଉଦଗୀତ,ପ୍ରଣବ ପ୍ରାଣାୟାମ ସହିତ ମଣ୍ଡୁକାସନ, ସିଂହାସନ, ହାସ୍ୟାସନ,ସୂକ୍ଷ୍ନ ବ୍ଯାୟାମ ଅଭ୍ୟାସ କରି ନିଜ ଦୈନଦୀନ ଜୀବନରେ ସାମିଲ କରିବା ସହିତ ସମାଜର ସୁସ୍ଥତା ଆଣିବାକୁ ପଣ କରିଥିଲେ।


