ରାଇକିଆ ପଞ୍ଚାୟତ ସମିତିର ପ୍ରଥମ  ବୈଠକ

ରାଇକିଆ, (ପ୍ରଦୀପ ବେହେରା) :-କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚାୟତ ସମିତି ପ୍ରଥମ ବୈଠକ ଶୁକ୍ରବାର  ଅନୁଷ୍ଠିତ ହୋଇଯାଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପ୍ରଥମ ବୈଠକକୁ ନୂତନ ବ୍ଲକ ଅଧ୍ୟକ୍ଷ ପ୍ରିତମ ପ୍ରଧାନ ସଭାପତିତ୍ୱ କରିଥିଲେ । ଏଥିରେ ରାଇକିଆ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମରଣିକା ତୁଳ, ବ୍ଲକ ଉପାଧ୍ୟକ୍ଷl ରୀନା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସତ୍ୟବାନ ପାତ୍ର, ଜିଲ୍ଲା ପରିଷଦ ସଭ୍ୟା  ମମତା ରାଣୀ ପ୍ରଧାନ ଏବଂ ବ୍ଲକର ସମସ୍ତ ନବ ନିର୍ବାଚିତ ସରପଞ୍ଚ ଏବଂ ସମିତି ସଭ୍ୟସଭ୍ୟା ଏବଂ ବିଭିନ୍ନ  ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଗ୍ରୀଷ୍ମର ପ୍ରଭାବ ଜାରି ରହିଥିବା ବେଳେ ପାନୀୟ ଜଳ ପାଇଁ ଗ୍ରାମାଞ୍ଚଳ ଗୁଡିକରେ ପାନୀୟ ଜଳ ସୁବିଧା ସମେତ ବୃକ୍ଷରୋପଣ, ସ୍ୱାସ୍ଥ୍ୟ, ଜଳବିଭାଜିକା, ପ୍ରଧାନ ମନ୍ତ୍ରୀ ସଡକ ଯୋଜନା, ରାସ୍ତାଘାଟ ନିର୍ମାଣ, ଉଦ୍ୟାନ, କୃଷି ବିଭାଗ ର କାର୍ଯ୍ୟକାରୀ ହେଉଥିବା ବିଭିନ୍ନ   ଯୋଜନା ର ଅଗ୍ରଗତି ସଂପର୍କ ରେ ଆଲୋଚନା କରାଯିବା ସହ ଲୋକ ପ୍ରତିନିଧି ମାନେ ଜନ ସାଧାରଣ ଙ୍କ ଜରୁରି ଆବଶ୍ୟକତାକୁ ପ୍ରାଥମିକତା ଭିତ୍ତି କାର୍ଯ୍ୟ କରିବା ପାଇଁ ମତ ରଖିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ