ରାଇକିଆ ବଣିକ ସଂଘ ର ୬ଷ୍ଠ ପ୍ରତିଷ୍ଠା ଦିବସ ପାଳିତ

ରାଇକିଆ, (ପ୍ରଦୀପ ବେହେରା):କନ୍ଧମାଳ ଜିଲ୍ଲା ରାଇକିଆ ବଣିକ ସଂଘ ର ୬ଷ୍ଠ ପ୍ରତିଷ୍ଠା ଦିବସ ବୁଧବାର ପାଳିତ ହୋଇଯାଇଛି । ସଭାପତି ପଦ୍ମ ଚରଣ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ସତ୍ୟବାନ୍ ପାତ୍ର, ପୂର୍ବତନ ବିଧାୟକ ମନୋଜ ପ୍ରଧାନ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ର ରେ ଉତ୍କର୍ଷତା ପାଇଁ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା । ସଂପାଦକ ଦୂର୍ଯ୍ୟଧନ ଲେଙ୍କା ବାର୍ଷିକ ବିବରଣୀ ପାଠ କରିଥିଲେ । ଉପସଭାପତି ସନ୍ତୋଷ ପଣ୍ଡା,ବି ତ୍ରିପତି ସୁବୁଦ୍ଧି, କୋଷାଧ୍ୟକ୍ଷ ସତୀଶ ପାତ୍ର, ସଂଗଠନ ସମ୍ପାଦକ ଶ୍ରୀ ନିବାସ, ସହ ସମ୍ପାଦକ ଦ୍ୟୁତିକୃଷ୍ଣ ପଣ୍ଡା , ଯୁଗ୍ମ ସମ୍ପାଦକ ଆର୍ ମହେନ୍ଦ୍ର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଂଘ ର ସମସ୍ତ ସଦସ୍ୟ ଏବଂ ନିମନ୍ତ୍ରିତ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Spread the love

Advertisement

ଏବେ ଏବେ