ରାଇକିଆ ବ୍ଲକ୍ ଦଶମ ପରୀକ୍ଷା, ୬ ପରୀକ୍ଷା କେନ୍ଦ୍ର ରେ ୮୪୧ ପରୀକ୍ଷାର୍ଥୀ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):ଶୁକ୍ରବାର ଠାରୁ ଆରମ୍ଭ ହେଉ ଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ର ଦଶମ ପରୀକ୍ଷା ପାଇଁ ରାଇକିଆ ବ୍ଲକ ରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପରୀକ୍ଷାର୍ଥୀ ମାନେ ସକାଳ ୭.୩୦ ବେଳେ ପରୀକ୍ଷା କେନ୍ଦ୍ର ରେ ପହଞ୍ଚିବେ । ସମସ୍ତ ବିଷୟ ସକାଳ ୯ ଟା ରୁ ଆରମ୍ଭ ହେବ । ନୋଡାଲ ସେଣ୍ଟର୍ ସେଣ୍ଟ କ୍ୟଥରିନ୍ ବାଳିକା ଉଚ୍ଚ ବିଦ୍ୟାଳୟ ରେ ୨୩୬ ଜଣ, ବିଜୟ ଉଚ୍ଚ ବିଦ୍ୟାଳୟ ରେ ୧୫୬ ଜଣ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୪୮ ଜଣ, ମଣ୍ଡାକିଆ ଉଚ୍ଚ ବିଦ୍ୟାଳୟରେ ୯୧ ଜଣ, ଶୁଗଡବାଡି ଉଚ୍ଚ ବିଦ୍ୟାଳୟରେ ୧୦୮ ଜଣ ଏବଂ ଇନ୍ଦ୍ରଗଡ ଉଚ୍ଚ ବିଦ୍ୟାଳୟରେ ୧୦୨ ଜଣ ପରୀକ୍ଷାର୍ଥୀ ସର୍ବ ମୋଟ ୬ ଗୋଟି ପରୀକ୍ଷା କେନ୍ଦ୍ର ରେ ୮୪୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ