ରାଇକିଆ ବ୍ଲକ୍ ଦୁଇ ଜିଲ୍ଲାପରିଷଦ ଜୋନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲା ବିଜେଡି
ରାଇକିଆ, (ପ୍ରଦୀପ ବେହେରା) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ର ଦୁଇ ଜିଲ୍ଲାପରିଷଦ ଜୋନ ୧୭ ଓ ୧୮ ନଂ ପାଇଁ ବିଜେଡି ତରଫରୁ ବୁଧବାର ପ୍ରାର୍ଥୀ ପତ୍ର ଦାଖଲ କରଯାଇଛି । ୧୭ ନ ଜୋନ ପାଇଁ ସୁନନ୍ଦା ବେହେରା ଏବଂ ୧୮ ନ ଜୋନ ପାଇଁ ମମତା ରାଣୀ ପ୍ରଧାନ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏବଂ ଜିଲା ବିଜେଡି ସଭାପତି ସରୋଜ କର୍ଣ୍ଣ ଉପସ୍ଥିତ ରେ ଜି ଉଦୟଗିରି ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିଥିଲେ । ୧୭ ନଂ ଜୋନ ଅଣସଂରକ୍ଷିତ ଏବଂ ୧୮ ନଂ ଜୋନ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଉଭୟ ଆସନ ରେ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି