ରାଇକିଆ ରେ ୫୫ ତମ ଜାତୀୟ ପ୍ରେସ ଦିବସ ପାଳିତ
ରାଇକିଆ, (ପ୍ରଦୀପ ବେହେରା) : କନ୍ଧମାଳ ଜିଲ୍ଲା ରାଇକିଆ ଜର୍ଣାଲିଷ୍ଟ ୟୁନୀୟନ୍ ତରଫରୁ ମଙ୍ଗଳାବର ୫୫ ତମ ଜାତୀୟ ପ୍ରେସ ଦିବସ ସ୍ୱସ୍ତିକ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି । ସୁକାନ୍ତ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ରାଇକିଆ ସରପଞ୍ଚ ପଞ୍ଚୁ ପ୍ରଧାନ ଯୋଗଦେଇଥିଲେ । କରୋନା ମହାମାରୀ ମୁକାବିଲା ରେ ସାମ୍ୱାଦିକ ଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ରେ ଉପସ୍ଥିତ ଅତିଥି ମାନେ ନିଜର ମତ ରଖିଥିଲେ । କାର୍ଯ୍ୟକ୍ରମ ରେ ସାମାଜିକ କର୍ମୀ ନଳିନୀ ନାୟକ ଜୟନନ୍ଦ ନାୟକ, କୃଷ୍ଣ ବେହେରା, ମାନେଶ୍ୱର ଦିଗାଲ, ବିଜୟ କୁମାର ପଣ୍ଡା, ଅଭିମନ୍ୟୁ ପଣ୍ଡା, ସୁରେନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ମସେସ ଦିଗାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ପ୍ରଦିପ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ ।