ରାଇଘର ବ୍ଲକରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ
ନବରଙ୍ଗପୁର,(ୱାଇଏନଏସ): ରାଇଘର ବ୍ଲକ ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ ମିଶ୍ର,ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଯଦୁମଣି ନାୟକ ,ବ୍ଲକ୍ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ବି ଡି ଓ ଲକ୍ଷ୍ମୀ ସାଗର ମାଝୀ,ତହସିଲଦାର ରୀତୁ ସିଂ ଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ ୨୭ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୭ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୦ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା।ଏହାପରେ ଜିଲ୍ଲାପାଳ ଡ଼ା ମହାପାତ୍ର ହାଟ ଭରଣ୍ଡି ସ୍ଥିତ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ର ଛାତ୍ରୀ ଙ୍କୁ ପାଠ ପଢ଼ାଇବା ସହ ବାର୍ତ୍ତାଳାପ କରିଥିଲେ। ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଗସ୍ତ କରି ରୋଗୀ ଓ ସ୍ବାସ୍ଥ୍ୟ ଅଧିକାରୀ ଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ। କୁଣ୍ଡେଇ ସ୍ଥିତ ନିର୍ମାଣ ଧିନ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ର କାର୍ଯ୍ୟ ନିରୀକ୍ଷଣ କରିଥିଲେ।ରାଇଘର ବ୍ଲକ ସ୍ଥିତ ରାଇସ ମିଲ କୁ ପରିଦର୍ଶନ କରି ଷ୍ଟକ୍, ଉତ୍ପାଦ ଗୁଣବତ୍ତା ଉପରେ ମିଲ କତୃପକ୍ଷଙ୍କୁ ପଚାରିଥିଲେ। ଯୋଡ଼ିଙ୍ଗା ସ୍ଥିତ ଏସ ଏସ ଡି(ମଙ୍ଗଳ ବିଭାଗ) ବିଦ୍ୟାଳୟ ଗସ୍ତ କରି ଛାତ୍ର ଛାତ୍ରୀ ଙ୍କୁ ପାଠ ପଢ଼ାଇବା ସହ ବାର୍ତ୍ତାଳାପ କରିଥିଲେ।