ରାଇନଟାରେ ୩ବଖରା ଘରପୋଡି ଗଲା
ହାଟଡ଼ିହି, : ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ରାଇନଟା ଗ୍ରାମରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ୩ବଖରା ଘର ପୋଡି ଭଷ୍ମୀଭୁତ ହୋଇଯାଇଛି । ଖବରରୁ ଜଣାଯାଇଛି ଯେ ଗତକାଲି ରାତିରେ ସ୍ୱର୍ଗତ କାଠିଆ ସେନାପତିଙ୍କ ସ୍ତ୍ରୀ ଉର୍ବସୀ ସେନାପତି ରୋଷେଇ କରୁଥିବାବେଳେ ହଠାତ ଚୁଲି ନିଆଁରୁ ନିଆଁ ଉଠି ତାଙ୍କର ତିନିବଖରା ଘର ଜଳିଯାଇଥିଲା । ଗ୍ରାମବାସୀମାନେ ନିଆଁକୁ ଆୟତ ପାଇଁ ଚେଷ୍ଟା କରିଥିଲେବି ସଫଳ ହୋଇପାରି ନଥିଲେ । ଖବରପାଇ ହାଟଡିହିରୁ ଦମକଳ ପହଞ୍ଚି ନିଆଁକୁ ଲିଭାଇଥିଲା । ଏହି ଅଗ୍ନିକାଣ୍ଡରେ ଉର୍ବସୀଙ୍କ ଘରର ସମସ୍ତ ଧାନ, ଚାଉଳ ଓ ଗୃହୋପକରଣ ସାମଗ୍ରୀ ପୋଡି ଭଷ୍ମୀଭୁତ ହୋଇଯାଇଛି । ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।