ରାଇରଙ୍ଗପୁରରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
ରାଇରଙ୍ଗପୁର ,(ଯୁଗାବ୍ଦ ନ୍ୟୁଜ) : ଡିସେମ୍ବର ୩ ବିଶ୍ୱ ଭିନ୍ନକ୍ଷମ ଦିବସ । ଏହି ଅବସରରେ ସମଗ୍ର ଶିକ୍ଷା ମୟୂରଭଞ୍ଜ ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିନେଇ ଦିବ୍ୟାଙ୍ଗ ମାନଙ୍କ ପାଇଁ ସମସ୍ତେ ଚିନ୍ତା କରିବା, ସହାନୁଭୂତି, ସହନଶୀଳ,ଦୟା,ସ୍ନେହ , ସହଯୋଗର ହାତ ବଢ଼ାଇବା ନେଇ ଏକ ବିଶାଳ ଶୋଭାଯାତ୍ରା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, ଛାତ୍ର ଛାତ୍ରୀ ପ୍ରମୁଖ ସାମିଲ ହୋଇ ହାତରେ ପ୍ଲାକାର୍ଡ ଧରି ସାଧାରଣ ଜନତାଙ୍କୁ ସଚେତନତାର ସ୍ଳୋଗାନ ଦେଇଥିଲେ ।ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଧର୍ମାନନ୍ଦ ବେହେରା କହିଥିଲେ। ଆମେ ଓ ଭିନ୍ନକ୍ଷମ ସମସ୍ତେ ଈଶ୍ବରଙ୍କ ସନ୍ତାନ ।ଆମେ ଯେମିତି ସମାଜରେ ସୁସ୍ଥ ଓ ଇଜ୍ଜତ ସହିତ ବଂଚୁଛୁ ସେମିତି ଭିନ୍ନକ୍ଷମ ମାନେ ମଧ୍ୟ ବଂଚିବା ଉଚିତ । ସେମାନଙ୍କୁ ସମସ୍ତ ସରକାରୀ ଯୋଜନାରେ ସୁବିଧା ଯୋଗାଇ ଦେବା ପାଇଁ ଚେଷ୍ଟା କରିବା ଉଚିତ । ସରକାରଙ୍କ, ପଡୋଶୀ,ଘର ଲୋକେ, ଗଣମାଧ୍ୟମ ସେମାନଙ୍କ ଅସୁବିଧାକୁ ଜାଣି ସମାଧାନ କରାଇବା ପାଇଁ ବଦ୍ଧ ପରିକର ହେବା ଉଚିତ।ଦିବ୍ଯାଙ୍ଗହସିଲେ ଭଗବାନ ହସିବେ । ତେଣୁ ସମସ୍ତେ ଦିବ୍ଯାଙ୍ଗ ମାନଙ୍କ ପ୍ରତି ସ୍ନେହ, ସହନଶୀଳତା, ସହଯୋଗର ହାତ ବଢ଼ାଇବା ପାଇଁ କହିଥିଲେ ।ପରେ ଏହି ଦିବସ ଅବସରରେ ବ୍ଲକସ୍ତରୀୟ ସମନ୍ଵିତ କ୍ରୀଡା ଓ ନୃତ୍ୟ ଗୀତ କାର୍ଯ୍ୟକ୍ରମ ଦିବ୍ଯାଙ୍ଗ ଛାତ୍ର ଛାତ୍ରୀ ମଧ୍ୟରେ କରାଯାଇଥିଲା ।ତଦସହ ଅତିଥି ଗଣ ସେମାନଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ଵହୁଶିକ୍ଷାନଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ , ଶିକ୍ଷକ, ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ରେଡକ୍ରସର ସଦସ୍ୟ ଶିକ୍ଷକ ସ୍ମୃତି ରଂଜନ ପାଣି,ସିଆରସିସି ଶୁଶାନ୍ତ ପରୀକ୍ଷା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।