ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ଶିକ୍ଷା ସଚେତନତା ରଥ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ବାଦାମବାଈ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ଗତ ୩୦ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାସ ସବୁଜ ପତାକା ହଲାଇ ଶୁଭାରମ୍ଭ କରିଥିଲେ ।ସମ୍ମାନୀତ ଅତିଥି ଭାବେ ରାଇରଙ୍ଗପୁର ତହସିଲଦାର ଶ୍ରୀଯୁକ୍ତ ଯୋଗ ରଂଜନ ନାୟକ, ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ (ବରିଷ୍ଠ) ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମହାଳିକ, ଜିଲ୍ଲା ସଂଯୋଜକ ସପନ ପୃଷ୍ଟି, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରଥ କୁମାର ପଟ୍ଟନାୟକ,ଆଲୁମନି ସଦସ୍ୟ ପବନ ଲୋକ ରଂଜନ ମହାନ୍ତ, ଅଭିଭାବକ ସଂଘ ସଭାପତି ମନୋଜ ମହାନ୍ତ,ସିଆରସିସି ଶୁସାନ୍ତ ପରୀକ୍ଷା ଙ୍କ ସମେତ ବହୁ ଭିଭାବକ,ଶିକ୍ଷକ/ଶିକ୍ଷୟତ୍ରୀ, ଅଭିଭାବକ, ଛାତ୍ର/ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।ପରେ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ଗଣମାଧ୍ୟମକୁ ସୂଚାଇଥିଲେ ଦିର୍ଘ ୨ବର୍ଷ ହେଲା କରୋନା ମହାମାରୀ ଯୋଗୁଁ ଛାତ୍ର ଛାତ୍ରୀ ବିଦ୍ୟାଳୟ ପିଣ୍ଢା ମାଡ଼ି ପାରି ନଥିଲେ ।ଏବେ ବିଦ୍ୟାଳୟ ଖୋଲିଛି ହେଲେ ୭୦ ଭାଗ ପିଲା ଆସୁଥିବା ବେଳେ ୩୦ ଭାଗ ପିଲା କୌଣସି କାରଣରୁ ଆସୁ ନାହାନ୍ତି ।କିଏ ଗେରେଜରେ,ହୋଟେଲରେ କୃଷି,ଇଟା ନିର୍ମାଣ, ବିସ୍କୁଟ କାରଖାନା,ଦାଦନ ହିସାବରେ କାମ କରୁଛନ୍ତି । ତେଣୁ ସମସ୍ତଙ୍କୁ ବିଦ୍ୟାଳୟ ମୁହାଁ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଦ୍ୟାଳୟ ମୁହାଁ ହେବା ପାଇଁ ଶିକ୍ଷା ସଚେତନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମହାଳିକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ପାଳନ କରାଯାଇଛି ।ଗତ ୩୦ ତାରିଖରୁ ମଇ ୪ ତାରିଖ ପର୍ଯ୍ୟନ୍ତ ୫ ଦିନଧରି ଏହି ସୁସଜ୍ଜିତ ଶିକ୍ଷା ସଚେତନତା ରଥ ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ବିଶୋଇ,ବିଜାତଳା,,କୁସୁମି,ଜାମଦା,ବହଳଦା ଏବଂ ତିରିଂ ବ୍ଲକର ସମସ୍ତ ୮୦ଟି ପଞ୍ଚାୟତର ସବୁ ଗାଁ କୁ ଗାଁ ବୁଲି ପ୍ରଚାର ପତ୍ର ଓ ଡ଼ାକବାଜି ଯନ୍ତ୍ର ଦ୍ବାରା ଶିକ୍ଷା ସଚେତନ ପରିକ୍ରମା କରି ଅଭିଭାବକ ଓ ଛାତ୍ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନ କରାଇଥିଲେ । ଅଭିଭାବକ ଓ ଛାତ୍ର ଛାତ୍ରଛାତ୍ରୀ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । ଛାତ୍ର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ନିଶ୍ଚିତ ଭାବେ ଆସି ପୁଣି ବିଦ୍ୟା ଅର୍ଜନ କରିବେ ବୋଲି ଗଣମାଧ୍ୟମକୁ କହିଥିଲେ ।