ରାଇରଙ୍ଗପୁରରେ ଏସଡିସି କପ୍ ୨୦୨୦ ଫୁଟବଲ ତାରକା ଚୟନ ଶିବିର
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍):ଓଡିଶାକୁ ବ୍ରାଜିଲ ଓ ଆର୍ଜେଣ୍ଟିନା ଭଳି ଫୁଟବଲର ମାଳ। ରାଜ୍ୟ କରିବା ପାଇଁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କର ସରକାର ଯୁଗାନ୍ତକାରୀ ସିଦ୍ଧାନ୍ତ ନେଇଛନ୍ତି । ବିଶେଷତଃ ଆଦିବାସୀ ଅଧ୍ୟୁଷିତ ଭୌଗୋଳିକ ଜିଲ୍ଲା ମାନଙ୍କରେ ଫୁଟବଲ ଖେଳ ସବୁଠାରୁ ଲୋକପ୍ରିୟ ଖେଳ । ଉପକୂଳ ଓଡ଼ିଶାରେ ଜନସଂଖ୍ୟା ବୃଦ୍ଧି ଏବଂ ଖେଳ ପଡିଆ ମାଫିଆଙ୍କ କବଜାରେ । ତେଣୁ ସିଆଡେ ଫୁଟବଲ ଖେଳ ହଜି ଯାଉଥିବା ବେଳେ ପାର୍ବତ୍ଯ ଅଂଚଳରେ ପର୍ଯ୍ୟାପ୍ତ ପଡିଆ ଓ ଯୁବଗୋଷ୍ଠୀଙ୍କ ଫୁଟବଲ ପ୍ରତି ଆଗ୍ରହ ରହିଛି । ପୂର୍ବରୁ ଓଡ଼ିଶା ହକି ବିଶ୍ବ କପ୍ ଆୟୋଜନ କରି ସାରା ବିଶ୍ବରେ ଓଡ଼ିଶାର ଏକ ନିଆରା ଛବି ସୃଷ୍ଟି କରିଛନ୍ତିି । ପୁଣି ଥରେ ଆଦିବାସୀ ଭାଇଭଉଣୀ ଙ୍କ ମଧ୍ୟରେ ଖେଳର ଉନ୍ମାଦନା ସୃଷ୍ଟି ପାଇଁ ଏହଡିସି କପ୍ ଆୟୋଜନ ସରକାରଙ୍କ ତରଫରୁ କରାଯାଇଛି । ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ୯ଟି ଜିଲ୍ଲା ତଥା ମୟୂରଭଞ୍ଜ-୧-(ବାରିପଦା,କପ୍ତିପଦା), ମୟୂରଭଞ୍ଜ-୨(ବାମନଘାଟୀ, ରାଇରଙ୍ଗପୁର ଏବଂ ପଞ୍ଚପୀଢ, କରଂଜିଆ),ସୁନ୍ଦରଗଡ଼, କେନ୍ଦୁଝର,କନ୍ଧମାଳ, କୋରାପୁଟ,ରାୟଗଡ଼ା,ଗଜପତି, ମାଲକାନଗିରି, ଏବଂ ନବରଙ୍ଗପୁର କୁ ନେଇ ଆଦିବାସୀ ଉନ୍ନୟନ ପରିଷଦ ଗଠନ ହୋଇଛି ।ଏହି ୯ଟି ଜିଲ୍ଲାକୁ ନେଇ ଏସ ଡି ସି କପ୍ ଅନୁଷ୍ଠିତ ହେବ । ପ୍ରତ୍ୟେକଟି ଜିଲ୍ଲାର ୨୦ ଜଣ ପୁରୁଷ ଏବଂ ୨୦ ଜଣିଆ ମହିଳା ଫୁଟବଲ ତାରକା ଚୟନ କରାଯିବ ।ପରେ ପରସ୍ପର ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ମୟୂରଭଞ୍ଜ -୨ ଖେଳାଳି ଚୟନ ଶିବିରର ସଂଯୋଜକ ହେଉଛନ୍ତି ଯୁବ ବିଜେଡ଼ି ନେତା ଗଣେଶ୍ୱର ମିଶ୍ର,ଜେନାମଣି ଭୁଣ୍ଡି, ସାବିତ୍ରୀ ହେମ୍ବ୍ରମ,କାଦେ ସୋରେନ୍, ପ୍ରଭାସ ମହାନ୍ତ, ଗୋବିନ୍ଦ ସୋରେନ୍,ଦିପ୍ତିମାନ ବଳ । ଫେବୃଆରୀ ୧୪ରୁ ୨୦ପର୍ଯ୍ଯନ୍ତ ରାଇରଙ୍ଗପୁର ପୌରାଞ୍ଚଳର ମହୁଲଡିହା ଖେଳ ପଡ଼ିଆରେ ପୁରୁଷ ଫୁଟବଲ ଖେଳାଳୀଙ୍କ ଚୟନ ଶିବିର ରାଇରଙ୍ଗପୁର ପିଏ ଆଇଟିଡିଏ ଅନନ୍ତ ନାରାୟଣ ସିଂ ଲାଗୁରୀ ଏବଂ କରଂଜିଆ ପିଏ ଆଇଟିଡିଏ ଧର୍ମେନ୍ଦ୍ର ମଲ୍ଲିକଙ୍କ ଦ୍ଵାରା ଶୁଭ ଉଦ୍ଘାଟନ ହୋଇଥିଲା ।୯୦୦ରୁ ଉର୍ଦ୍ଧ୍ବ ପୁରୁଷ ଖେଳାଳି ନାମ ପଂଜୀକରଣ କରିଛନ୍ତି । ଆଜିଠାରୁ ଚୟନ ଆରମ୍ଭ କରାଯାଇଛି ।ଏହି ଖେଳରେ ବାମନଘାଟୀ ଉପଖଣ୍ଡର ୭ଟି ବ୍ଲକ ଏବଂ ପଞ୍ଚପୀଢ ଉପଖଣ୍ଡର ୫ଟି ବ୍ଲକ ର ୯୦୦ରୁ ଉର୍ଦ୍ଧ୍ବ ଖେଳାଳି ଅଂଶ କରିଛନ୍ତି । ଖେଳାଳି ଚୟନ କମିଟିର ସଦସ୍ୟ ଦିଲିପ ମହାନ୍ତି,କିଶୋର ମହାନ୍ତ, ଉମାକାନ୍ତ ମହାନ୍ତ,ଦୁର୍ଗା ଚରଣ ମହାନ୍ତ,ଖେଲାରାମ ଟୁଡୁ,ଦଶରଥ ମହାନ୍ତ ଅଛନ୍ତି ।ଖେଳ ପରିଚାଳନାରେ ସହଯୋଗ କରୁଛନ୍ତି କମଲେଶ ବଳ,ବନ୍ଧନ ବଳ,ସିକନ ଦାସ ପ୍ରମୁଖ । ପ୍ରଥମ ଥର ପାଇଁ ମୟୂରଭଞ୍ଜ କ୍ରୀଡା ଜିଲ୍ଲାକୁ ଦୁଇଟି କ୍ରୀଡା ସାଂଗଠନିକ ଜିଲ୍ଲାରେ ସରକାର ମାନ୍ୟତା ଦେଇଥିବାରୁ ବାମନଘାଟୀ ଉପଖଣ୍ଡ ଏବଂ ପଞ୍ଚପୀଢ ଉପଖଣ୍ଡର ଖେଳାଳିଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା । ମୟୂରଭଞ୍ଜ ଜିଲ୍ଲାର ଖେଳର ଏନ୍ତୁଡ଼ିଶାଳ ହେଉଛି ବାମନଘାଟୀ ଉପଖଣ୍ଡ ଏବଂ ପଞ୍ଚପୀଢ ଉପଖଣ୍ଡ ।