ରାଇରଙ୍ଗପୁରରେ ଗଠିତ ହେଲା ଅଲ୍ ଟ୍ରାକ୍ଟର ଓନର ଆସୋସିଏସନ୍
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ବାମନଘାଟି ସଦର ମହକୁମା ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ମୂକ ସାକ୍ଷୀ ବରଗଛ ମୂଳରେ ବହୁ ପ୍ରତିକ୍ଷିତ ଅଲ୍ ଟ୍ରାକ୍ଟର ମାଲିକ ସଂଘ ରବିବାର ଦିନ ପୂର୍ବାହ୍ନରେ ବହୁ ଟ୍ରାକ୍ଟର ମାଲିକ ମାନଙ୍କର ଉପସ୍ଥିତିରେରେ ସର୍ବ ସମ୍ମତିକ୍ରମେ ଗଠିତ ହୋଇଯାଇଛି । ସଘଂ ଶରଣଂ ଗଛାମି , ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ରାସ୍ତାଘାଟ,ଘର ନିର୍ମାଣ, ସିମେଣ୍ଟ,ରଡ଼,ବାଲି,ପଥର,ମୋରମ ବୋଝେଇ ପରିବହନରେ ଟ୍ରାକ୍ଟରର ଅବଦାନ ଅବର୍ଣ୍ଣନୀୟ ଓ ଅତୁଳନୀୟ । ହେଲେ ରାସ୍ତାଘାଟ ଓ ଗାଁ ଚାନ୍ଦା ,ବାଲି ଓ ଲଘୁ ଖଣିଜ ଲିଜ୍ ଧାରୀଙ୍କ ଜୁଲୁମରେ ପେଶି ହେଉଛନ୍ତି ଟ୍ରାକ୍ଟର ମାଲିକ ମାନେ ବାଲି,ମୋରମ,ପଥର ଲିଜ୍ ଧାରୀମାନେ ମନଇଛା ସରକାର ଧାର୍ଯ୍ୟ ଠାରୁ ଅହେତୁକ ରୟାଲଟି ନେବା ଫଳର ତାହାର ପ୍ରଭାବ ସାଧାରଣ ଲୋକମାନଙ୍କ ଉପରେ ପଡୁଛି ଓ ସେମାନେ ଅହେତୁକ ଆର୍ଥିକ ଶୋଷଣରେ ଶିକାର ହେଉଛନ୍ତି । ଦିର୍ଘ ଦିନର ପୁଞ୍ଜିଭୂତ ଏହି ସମସ୍ୟାକୁ ନେଇ ସମସ୍ତଙ୍କ ମନ ମଧ୍ୟରେ ଏକ ସଂଘ ଗଠନ କରି ସେହି ଛତା ତଳେ ରହି ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ମନରେ ରହିଥିଲା । ଯାହାକି ଆଜି ସାକାର ହୋଇଛି ରାଇରଙ୍ଗପୁର ଆଖପାଖ ଅଞ୍ଚଳରେ ବହୁ ଟ୍ରାକ୍ଟର ମାଲିକ ଯୋଗ ଦେଇ ଅଲ୍ ଟ୍ରାକ୍ଟର ମାଲିକ ସଂଘ ଗଠନ କରିଥିଲେ । ସର୍ବ ସମ୍ମତିକ୍ରମେ ସଭାପତି ନଗେନ ସାହୁ,ସାଧାରଣ ସଂପାଦକ ମାଝୀ ବାବୁ, ସଂପାଦକ ଲାଲା ବାରିକ, ଉପସଭାପତି ମିଲନ ମହାନ୍ତ, କୋଷାଧ୍ୟକ୍ଷ ଭୁବତି ରାଉତ ଟ୍ରକ ମାଲିକ ମାନେ ନୁତନ କର୍ମ କର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ ।