ରାଇରଙ୍ଗପୁରରେ ଗଡିଲା ବସ୍

ରାଇରଙ୍ଗପୁର,(ଅକ୍ଷୟ ବିଶ୍ୱାଳ): ‘କରୋନା’ ଓ ତାଲାବନ୍ଦୀ ଯୋଗୁଁ ଦିର୍ଘ ଦୁଇମାସ ହେଲା ବସି ପରିବହନ ସେବା ଠପ୍ ।ବସ୍ ମାଲିକ ମାନଙ୍କ ସମସ୍ୟାକୁ ସରକାର ଶୁଭ ଦୃଷ୍ଟି ରେ ଦେଖି ସେମାନଙ୍କ ସମାଧାନ କଲେ ।ହେଲେ ବସ୍ ଡ୍ରାଇଭର,ହେଲାପରେ ଓ କଣ୍ଡକ୍ଟର ମାନଙ୍କ ସୁରକ୍ଷା,ବୀମା, ଭତ୍ତାକୁ ସରକାର ଅଣଦେଖା କରୁଛନ୍ତି । ଯାହାକୁ ନେଇ ସମସ୍ୟା ଲାଗି ରହିଛି । ଅଧିକାଂଶ ବେସରକାରୀ ବସ ମାଲିକ ମାନେ ହେଉଛନ୍ତି ଶାସକଦଳ ଓ ବିରୋଧୀ ରାଜନୈତିକ ଦଳର ବିଧାୟକ ଓ ନେତାମାନେ ମାନଙ୍କର । ତେଣୁ ସେମାନଙ୍କ ଦାବିକୁ କାଳ ବିଳମ୍ବ ନକରି ଦାବିକୁ ସରକାର ଗ୍ରହଣ କଲେ । କିନ୍ତୁ କର୍ମଚାରୀଙ୍କ କଥାକୁ ମାଲିକ ଓ ସରକାର ଅଣଦେଖା କରୁଛନ୍ତି ଯାହାକି ବସ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତଥାପି ବୁଧବାର ଦିନ ରାଇରଙ୍ଗପୁର ବସଷ୍ଟାଣ୍ଡ ରୁ ସାଈଶଙ୍କର ବସ୧୫/୨୦ ଜଣ ଯାତ୍ରୀ ନେଇ ଭୁବନେଶ୍ୱର ଯାଇଛି ।ଲୋକ ମାନଙ୍କ ମନରେ ଏଯାଏଁ ‘କରୋନା’ ଭୟ ଯାଇ ନାହିଁ । ତେଣୁ ବସଷ୍ଟାଣ୍ଡ ଖାଁ ଖାଁ ଲାଗୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ