ରାଇରଙ୍ଗପୁରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏବଂ ମହାମିଶ୍ରଣ ପର୍ବ ଅନୁଷ୍ଠିତ

ରାଇରଙ୍ଗପୁର (ଅକ୍ଷୟ କୁମାର ବି‌ଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ପଡ଼ିଆରେ ଶନିବାର ଦିନ ଓଡ଼ିଶା ପ୍ରଦେଶ ଝାଡ଼ଖଣ୍ଡ ମୁକ୍ତି ମୋର୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏବଂ ମହାମିଶ୍ରଣ ପର୍ବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବରିଷ୍ଠ ମନ୍ତ୍ରୀ ଚାମ୍ପାଇ ସୋରେନ,ପଟକା ବିଧାୟକ ସଂଜୀବ ସର୍ଦ୍ଦାର,ବହଡାଗୋଡା ବିଧାୟକ ସମିର ମହାନ୍ତି,କେନ୍ଦ୍ରିୟ କମିଟି ସଦସ୍ୟ ପବନ କୁମାର, ଓଡ଼ିଶା ପ୍ରଦେଶ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମହିଳା ସଭାନେତ୍ରୀ ଅଂଜନି ସୋରେନ,ଓଡ଼ିଶାର ପୂର୍ବତନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପୂର୍ବରୁ ବଚନ ବିଧାୟକ ପ୍ରହଲ୍ଲାଦ ପୂତି ସମେତ ବହୁ ଆଗଧାଡିର ନେତୃବୃନ୍ଦ ସାମିଲ ହୋଇଥିଲେ । ପ୍ରାରମ୍ଭରେ ଦଳୀୟ ନେତୃବୃନ୍ଦ ରାଇରଙ୍ଗପୁରସ୍ଥ ମୁର୍ମୁ ଛକରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ପରେ ରାଇରଙ୍ଗପୁର ବ୍ଳକ ପଡ଼ିଆରେ ଏକ ବିଶାଳ ସଭା ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି ସଭାପତି‌ତ୍ୱ କରିଥିଲେ । ଆଦିବାସୀଙ୍କ ଅଦିତୀୟ ନେତା ଜୟପାଲ ସିଂ ମୁଣ୍ଡାଙ୍କ ଫଟୋଚିତ୍ର ରେ ଶ୍ରଦ୍ଧାଂଜଳି ଜ୍ଞାପନ ନେତୃବୃନ୍ଦ କରିଥିଲେ । ସଭାନେତ୍ରୀ ଆଦିବାସୀ ଙ୍କ ହକ ଓ ଅଂଚଳର ବିକାଶ ପାଇଁ ଦଳ ତରଫରୁ ଆନ୍ଦୋଳନ କରାଯିବ ବୋଲି କହିଥିଲେ । ମୁଖ୍ୟ ଅତିଥି ଚାମ୍ପାଇ ସୋରେନ ଭାରତର ଅଦିତୀୟ ଆଦିବାସୀ ନେତା ଶିବୁ ସୋରେନ ଙ୍କ ଆନ୍ଦୋଳନ ଯୋଗୁଁ ୨୦ ବର୍ଷ ତଳେ ନୁତନ ଝାଡ଼ଖଣ୍ଡ ରାଜ୍ୟ ଗଠନ ହୋଇଥିଲା । ଓଡ଼ିଶାର ପାର୍ବତ୍ୟ ଅଞ୍ଚଳରେ ୬ଟି ଜିଲ୍ଲା ବୃହତ ଝାଡ଼ଖଣ୍ଡ ରାଜ୍ୟରେ ସାମିଲ ହୋଇ ପାରି ନ ଥିଲା । ସେ ସମଗ୍ର ପାହାଡିଆ ଅଞ୍ଚଳର‌ ଆଦିବାସୀ,ମୂଳ ଅଧିବାସୀଙ୍କ ଅର୍ଥନୈତିକ, ସାମାଜିକ, ରାଜନୈତିକ ପାଇଁ ଲଢେଇ ଜାରି କରିଥିଲେ । ଓଡ଼ିଶାର କିଛି ଅଞ୍ଚଳ ବଂଚିତ ହୋଇଥିଲେ ମଧ୍ୟ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସବୁବେଳେ ଆଜି ପର୍ଯ୍ୟନ୍ତ ଅଂଚଳବାସୀଙ୍କ ମୌଳିକ ଅଧିକାର ପାଇଁ ଲଢେ଼ଇ ଜାରି ରଖିଛି । ଯଦିଓ ଦୁର୍ବଳ ଅଛି ତଥାପି ଏବେ ଏହି ଅଂଚଳରେ ସଂଗଠନକୁ ସୁଦୃଢ କରିବା ଏବଂ ଲୋକଙ୍କ ଆଂଚଳିକ ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରିବ ।ପଟକା ବିଧାୟକ ସମୀର ମହାନ୍ତି କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତିକୁ ଭର୍ତ୍ସନା କରିବା ସହ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ଓ ମୋ ସରକାର କାର୍ଯ୍ୟକ୍ରମ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରୁନାହିଁ । ସେହିଭଳି ବହଡାଗୋଡା ବିଧାୟକ ସମିର ମହାନ୍ତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାର୍ବତ୍ଯ ଅଂଚଳର ଖଣି,ପାଣି,ଜଙ୍ଗଲ ଲୁଟ କରୁଛନ୍ତି ହେଲେ ଆଦିବାସୀମାନଙ୍କ ଆର୍ଥିକ , ସାମାଜିକ ବିକାଶକୁ ଆଖି ବୁଜି ଦେଇଛନ୍ତି ।ପରେ ମୟୂରଭଂଜ ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା ସମସ୍ତଙ୍କ ଉପସ୍ଥିତରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଭାବ ବିହ୍ୱଳ ଭାବରେ ସାମିଲ ହୋଇଥିଲେ ।ତାଙ୍କୁ ଦଳ ନେତୃବୃନ୍ଦ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧନା ଜଣାଇ ପାଛୋଟି ନେଇଥିଲେ ।ଦିର୍ଘ ୨୨ ବର୍ଷ
ପରେ ସେ ନିଜର ପୁରୁଣା ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ବିଧାୟକ ଓ ସାଂସଦ ହେବାପାଇଁ ଲାଳାୟିତ ନୁହନ୍ତି । ଦଳ ତାଙ୍କୁ ଯେଉଁ ଦାୟିତ୍ଵ ଦେବେ ସେ ତାହାକୁ ନିଷ୍ଠାର ସହ ପାଳନ କରିବେ । ଓଡ଼ିଶାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଂଗଠନକୁ ଗୁରୁତ୍ତ୍ୱପୂର୍ଣ୍ଣ ଦେବେ, ଆଦିବାସୀ ଓ ଅଂଚଳବାସୀଙ୍କ ହକ ପାଇଁ ତାଙ୍କ ଅବସର ଜୀବନକୁ ସମର୍ପିତ କରିବେ ବୋଲି କହିଥିଲେ ।କାର୍ଯ୍ୟକ୍ରମରେ
ମୟୂରଭଂଜ,କେନ୍ଦୂଝର,ଓ ବିଭିନ୍ନ ଅଂଚଳରୁ ବିଭିନ୍ନ ରାଜନୈତିକ ଦଳରୁ ଶତାଧିକ ବ୍ୟକ୍ତି ଝାମୁମୋ ସାମିଲ ହୋଇଥିଲେ ।ତଦସହ ଦଳରୁ ଦୂରେଇ ଯାଇଥିବା ବହୁ ଝାଡ଼ଖଣ୍ଡ ନେତୃବୃନ୍ଦ ପୁନର୍ବାର ନିଜର ପୁରୁଣା ଘରକୁ ଫେରି ଆସିଥିଲେ ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ସାମିଲ ହୋଇଥିଲେ ।ଦଳ ତରଫରୁ ସଂଗଠନର ନୁତନ କଳେବର ଏବଂ ଦଳରେ ବହୁ ସଂଖ୍ୟା ରେ ଯୁବଗୋଷ୍ଠୀଙ୍କୁ ସାମିଲ କରାଯିବ ବୋଲି ଗୁରୁତ୍ବ ପ୍ରଦାନ କରାଯାଇଥିଲା ।୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଦିର୍ଘ ବର୍ଷ ପରେ ରାଇରଙ୍ଗପୁରରେ ଦଳୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ଦଳୀୟ କର୍ମୀଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପଶ୍ଚିମ ମୟୂରଭଂଜ ସଂଗଠନ ସଂପାଦକ ଦୁବରାଜ ନାଗ, ବାମନ ଘାଟି ସଭାପତି ସୁନାରାମ ହେମ୍ବ୍ରମ, ଏବଂ ବିଭିନ୍ନ ବ୍ଳକ ସଭାପତି ମଙ୍ଗଲ ସିଂ ଟୁଡୁ,ଫାତେ ସୋରେନ,ଗୁରୁବା ସୋରେନ,ସୁରେଶ ଚନ୍ଦ୍ର ମୁର୍ମୁ, ‌ସ୍ୱରୂପ ରୂପ ମହାନ୍ତ,ମୋହନ ମାଝୀ, ରଣଜିତ ସିଂ,ଦୁର୍ଗା ସୋରେନ,ଗର୍ବନ୍ଦ ନାଏକ,ମନୋଜ ବାରିକ,ବୁଧରାୟ ହାଁସଦା ପ୍ରମୁଖ ପରିଚାଳନାରେ ସହଯୋଗ କରିବା ସହ ସଫଳ ରୂପାୟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ