ରାଇରଙ୍ଗପୁରରେ ନିରାଡମ୍ବର ଭାବରେ ପ୍ରସିଦ୍ଧ ଛଠ୍ ପୂଜା ପାଳିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଚଳିତ ବର୍ଷ କରୋନା ଭରିଦେଲା ଛଠ୍ ପୂଜା ଶ୍ରଦ୍ଧାଳୁଙ୍କ ଆଖୀରେ ଆଖିଏ ଲୁହ । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଠାରେ ବିହାରୀ, ମାହୁରୀ,ମାରଓ୍ବାଡୀ ସଂପ୍ରଦାୟର ଲୋକମାନେ ସରକାରଙ୍କ କୋଭିଡ-୧୯ ଗାଇଡ ଲାଇନ ଅନୁସାରେ ନିରାଡମ୍ବର ଭାବରେ ଛଠ୍ ପୂଜା ପାଳନ କରିଛନ୍ତି । ଛଠ୍ ପୂଜା ବିଶେଷତଃ କାଳୀପୂଜାର ୬ ଦିନ ପରେ ଏହି ପୂଜା ଆରମ୍ଭ ହୋଇଥାଏ । ୩ ଦିନ ବ୍ରତ ନାରୀମାନେ ଉପବାସ ରହି ସୂର୍ଯ୍ୟପୂଜା କରିଥାନ୍ତି ।ରାଇରଙ୍ଗପୁର ସହର ପେଟ ଦେଇ କୂଳୁକୂଳୁ ନାଦରେ ବହି ଯାଉଥିବା ଖଡଖାଈ ନଦୀତଟରେ ବିଦ୍ଧିବଦ୍ଧ ଭାବରେ ୧୯୯୪ ମସିହାରୁ ଛଠ୍ କମିଟି ଆନୁକୂଲ୍ୟରେ ଶୃଙ୍ଖଳାର ସହିତ ପ୍ରତିବର୍ଷ ଛଠ୍ ମହୋତ୍ସବ ଅନୁଷ୍ଠିତ ହୋଇଥାଏ ଆସୁଛି । ଚଳିତବର୍ଷ କରୋନା କଟକଣା ଯୋଗୁଁ ପ୍ରଶାସନ, ପୋଲିସ ଏବଂ ସ୍ବାସ୍ଥ୍ୟ ବିଭାଗ ତରଫରୁ ପ୍ରବଳ ଭିଡ଼ ଓ ମହାମାରୀ ସ୍ପିଡ ସଂକ୍ରମଣ ପାଇଁ ନଦୀରେ ଛଠ୍ ପୂଜା ବାରଣ କରାଯାଇଛି ।ଏହି ଛଠ୍ ପୂଜାର ପ୍ରଥମ ଦିନ ବ୍ରତୀ ମାନେ କୁଦୁଭାତ,୨ୟ ଦିନ ସଂଧ୍ୟାରେ କରନା, ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଷଷ୍ଠୀ ଦିବସରେ ନିର୍ଜଳା ଉପବାସ ସହ ସଂଧ୍ୟାରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରତ୍ୟେକ ପରିବାରର ପୁରୁଷ, ମହିଳାମାନେ ମଥାରେ ଗଲାରେ ଫଳ,ଫୁଲ,ଧୂପ,ଆଖୁ ରଖି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ । ସୂର୍ଯ୍ୟଙ୍କୁ ପୂଜା କଲେ ଘରର ସମସ୍ତଙ୍କର ଉଜ୍ଜ୍ୱଳ ମଙ୍ଗଳା କାମନା ପାଇଁ ପୂଜା କରିଥାନ୍ତି ।ବ୍ରତୀ ମାନଙ୍କର ମାନସିକ ପୂରଣ ହୋଇଥାଏ । ଗତକାଲି ଅଳ୍ପ ସଂଖ୍ୟକ ବ୍ରତଧାରୀ ସଂଧ୍ୟାରେ ଖଡଖାଈ ନଦୀରେ ପୂଜାର୍ଚ୍ଚନା କରିଥିଲେ । ଅନ୍ୟମାନେ ନିକଟସ୍ଥ ପୋଖରୀ,ବଡବନ୍ଧ ଓ ଜଳାଶୟ ପାଖରେ ପୂଜା କରିଥିଲେ । ଆଜିର ଭୋର ସମୟରେ ଘରେ ଘରେ ଶ୍ରଦ୍ଧାଳୁ ମାନେ ସ୍ନାନ କରି ନବବସ୍ତ୍ର ପରିଧାନ କରି ଉଦିତ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଥିଲେ । ଖଡଖାଈ ନଦୀ ତଟରେ ଥିବା ଖଡକେଶ୍ବର ମହାଦେବ ମନ୍ଦିର ନିକଟରେ ସ୍ଥାପିତ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ ।