ରାଇରଙ୍ଗପୁରରେ ବିଜୁ ମହିଳା ଜନତା ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ବିଶ୍ୱ ମହିଳା ଦିବସ । ଏହି ଦିବସକୁ ସାରା ବ ଶ୍ବ କୋଣ ଅନୁକୋଣରେ ମହିଳାମାନେ ଆନନ୍ଦ ଓ ଉଲ୍ଲାସର ପାଳନ କରୁଛନ୍ତି ।ଲିଙ୍ଗଗତ ବୈଷମ୍ୟ ଦୂର କରିବା ପୂର୍ବକ ସମାନତା ଦିଗରେ ଜନସାଧାରଣଙ୍କୁ ଏବଂ ମହିଳା ମାନେ ନିଜର ହଂକଂ, ଅଧିକାର, ସାମାଜିକ ଦାୟିତ୍ୱବୋଧତା, ସେବା, ପ୍ରଗତି, ଆତ୍ମ ନିର୍ଭରଶୀଳତା, ସୁରକ୍ଷା, ଆଇନ ସଚେତନତା ଦିଗରେ ସଚେତନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ବର୍ତ୍ତମାନର ସମୟ ଜ୍ଞାନ ବିଜ୍ଞାନ ଏବଂ ଅତ୍ୟାଧୁନିକ କୌଶଳର ସମୟ । ସଭ୍ୟତା ଆଗୋଉଛି ହେଲେ ନାରୀ ନିର୍ଯାତନା, ଶୋଷଣ ବୃଦ୍ଧି ପାଉଛି । ଗୋଟିଏ ପୃଥିବୀରେ ନାରୀ ଓ ପୁରୁଷ ଉଭୟ ସମାନତା ମଧ୍ୟରେ ରହିବା ଉଚିତ ।ହେଲେ ଅସମାନତା ରହୁଛି । ମହିଳାମାନେ ଅସମାନତା ର ପାଚେରୀ ଭାଙ୍ଗିବାର ସ୍ୱପ୍ନ ଦେଖୁଛନ୍ତି ।୨୦୨୨ ମହିଳା ଦିବସ ପାଳନର ସ୍ଲୋଗାନ ହେଉଛି ‘ ବ୍ରେକ ଦି ବାଏସ୍’ ଅର୍ଥାତ୍ ‘ଦୂର ହେଉ ପକ୍ଷପାତ’ । ଏହି ଦିବସ ପରିପ୍ରେକ୍ଷୀରେ ରାଇରଙ୍ଗପୁରରେ ମହିଳା ବିଜେଡି ସଭାନେତ୍ରୀ ତନୁଜା ମହାନ୍ତଙ୍କ ସଭାପତିତ୍ବରେ ସ୍ଥାନୀୟ ପିସିଏମ ଭବନ ପରିସରରେ ବିଶ୍ବ ମହିଳା ଦିବସ ପାଳିତ ହୋଇଯାଇଛି ।ଏଥିରେ ବହୁ ସଂଖ୍ୟାରେ ମହିଳାମାନେ ଯୋଗ ଦେଇଥିଲେ ।ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଜେଡି ପୌର ଅଧ୍ୟକ୍ଷ ପ୍ରାର୍ଥୀ ଅଭିଷେକ ପଟନାୟକ ବିଶ୍ୱ ମହିଳା ଦିବସରେ ନାରୀ ଏବେ ଅବନା ନୁହଁ କି ଦୁର୍ବଳତା ନୁହଁ ବୋଲି କହିଥିଲେ । ନାରୀମାନେ ସେମାନଙ୍କର ଅଧିକାର, ସୁରକ୍ଷା, ସ୍ୱାଲମ୍ବନଶୀଳତା ଉପରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ନାରୀମାନଙ୍କ ପ୍ରଗତି ପାଇଁ ନବୀନ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି । ତେଣୁ ଯୋଜନା ଉପରେ ସଚେତନ ହୋଇ ନିଜର ପ୍ରଗତି ଉପରେ ଧ୍ୟାନ ଦେବା ଦରକାର । ମହିଳାମାନେ ସେମାନଙ୍କ ର ଅଭିଜ୍ଞତା ଓ ସେମାନେଙ୍କର ସମସ୍ୟା ଉପରେ ଆଲୋକପାତ କରିଥିଲେ ।ପରେ ପରସ୍ପରକୁ ଆଲିଙ୍ଗନ କରି ମିଷ୍ଟାନ୍ନ ଖାଇବା ସହ ଅଭିର ରଙ୍ଗ ଲଗାଇ ଏହି ଦିବସକୁ ହସ ଖୁସିରେ ମନାଇଥିଲେ ।