ରାଇରଙ୍ଗପୁରରେ ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ ସେବା କାର୍ଡ ଗଣଶିକ୍ଷାମନ୍ତ୍ରୀ ସମିର ରଂଜନ ଦାସଙ୍କ ଦ୍ୱାରା ବଣ୍ଟନ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ଶୁକ୍ରବାର ଦିନ ମୟୂରଭଂଜ ଇତିହାସର ଏକସ୍ଵର୍ଣିମ ଦିନ । ଆଜିର ଦିନରେ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଓଡିଶାର ସବୁଠାରୁ ବୃହତ ଜିଲ୍ଲା ମୟୂରଭଂଜର ବାରିପଦାଠାରେ ବହୁ ପ୍ରତିକ୍ଷିତ ବିଜୁ ସ୍ୱାସ୍ଥ୍ୟ ସେବା କାର୍ଡ ଉଦଘାଟନ କରିଛନ୍ତି । ସେହିଭଳି ରାଇରଙ୍ଗପୁରର ପୂର୍ଣଚନ୍ଦ୍ର କଲ୍ୟାଣ ଭବନ ପରିସରରେ ମୁଖ୍ୟ ଅତିଥି ଓଡିଶା ସରକାରଙ୍କ ଗଣଶିକ୍ଷାବିଭାଗ ମନ୍ତ୍ରୀ ସମିର ରଂଜନ ଦାସଙ୍କ କରକମଳରେ ସ୍ୱାସ୍ଥ୍ୟ କାର୍ଡର ବଣ୍ଟନର ଶୁଭାରମ୍ଭ ହୋଇଛି । ରାଇରଙ୍ଗପୁର ପୌର ଅଧିକାରୀ ଭାଗବତ ପ୍ରସାଦ ମହାପାତ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟ ବକ୍ତା ଚଳଚିତ୍ର ନିଗମ ଅଧକ୍ଷ କୁନା ତ୍ରିପାଠୀ ଯୋଗ ଦେଇଥିଲେ । ମୁଖ୍ୟବକ୍ତା କହିଥିଲେ ଯେଉଁଠି ମା ମାନଙ୍କୁ ଶ୍ରଦ୍ଧା, ସମ୍ମାନ ଓ ପୂଜା କରାଯାଏ ସେଠାରେ ଦେବତାମାନେ ପୂଜା ପାଇଥାନ୍ତି । ଘରର ମା’ହିଁ ପରିବାରର ସମସ୍ତଙ୍କର ଯତ୍ନ,ସେବା ଓ ଉନ୍ନତି ପାଇଁ ସଦାସର୍ବଦା ଚିନ୍ତିତ ଥାନ୍ତି ।ସେଥିପାଇଁ ମହିଳାମାନଙ୍କୁ ଆର୍ଥିକ ସ୍ବାଲମ୍ବନଶୀଳ ପାଇଁ ବିନା ସୁଧରେ ଋଣ ବ୍ୟବସ୍ଥା କରିଛନ୍ତି । ବର୍ତମାନ ଯୁଗରେ ସବୁଠାରୁ ବ୍ୟୟବହୁଳ ଖର୍ଚ ହେଉଛି ସ୍ୱାସ୍ଥ୍ୟ । ସେଥିପାଇଁ ମୁଖ୍ୟମନ୍ତ୍ରୀ ଯୁଗାନ୍ତକାରୀ ବିଜୁ ସ୍ୱାସ୍ଥ୍ୟ ଯୋଜନା ପ୍ରଣୟନ କରିଛନ୍ତି । ଏହି କାର୍ଡରେ ପରିବାର ଲୋକେ ୫ଲକ୍ଷ ଏବଂ ମହିଳାମାନେ ୧୦ ଲକ୍ଷ ଟଙ୍କା ପଯ୍ୟନ୍ତ ମାଗଣାରେ ବଡ ବଡ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇବେ । ଏହା ଭାରତ ବର୍ଷର ସବୁଠାରୁ ଶ୍ରେଷ୍ଠ ସ୍ୱାସ୍ଥ୍ୟକାରୀ ଯୋଜନା । ଯେଉଁ ଦେଶର ନାରୀ ଶିକ୍ଷିତ, ସୁସ୍ଥ, ସ୍ବାବଲମ୍ବୀ ସେ ଦେଶ ସେତେ ପ୍ରଗତିଶୀଳ । ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ସମସ୍ତେ ସୁସ୍ଥ ରୁହନ୍ତୁ ଓ ଖୁସି ରୁହନ୍ତୁ । ସେହିଭଳି ରାଜ୍ୟ ଯୁବ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରା ରାଇରଙ୍ଗପୁର ବ୍ଲକର ପୁରୁଣାପାଣି, କଲେଜପଡିଆ ଏବଂ ବଡବାଇକଳାରେ ସ୍ୱାସ୍ଥ୍ୟ ସେବା କାର୍ଡ ବଣ୍ଟନ କରିଥିଲେ । ତାଙ୍କ ସହିତ ରାଜ୍ୟ କାଜୁ ନିଗମ ଅଧ୍ଯକ୍ଷ ଅମରେନଦ୍ର ଦାସ ସାମିଲ ହୋଇଥିଲେ । ସେଠାରେ ରାଇରଙ୍ଗପୁର ବିଡିଓ ସାଗର ମୁର୍ମୁ ସଭାପତିତ୍ୱ କରିଥିଲେ । ମହିଳାମାନେ ଅକଳ୍ପନୀୟ ସ୍ୱାସ୍ଥ୍ୟକାର୍ଡ ପାଇ ଆନନ୍ଦରେ ବିଭୋର ହୋଇଯାଇଥିଲେ । ସ୍ୱାସ୍ଥ୍ୟ ସେବା ପାଇଁ ସେମାନେ ଆଉ ଆର୍ଥିକ ଦୁରାବସ୍ଥା,ଚିନ୍ତାଗ୍ରସ୍ତ ଏବଂ ଋଣଗ୍ରସ୍ତରୁ ମୁକ୍ତ ହେବେ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ