ରାଇରଙ୍ଗପୁରରେ ବିଜେଡି ତରଫରୁ ଧୁମଧାମରେ ୧୦୫ ତମ ବିଜୁ ଜୟନ୍ତୀ ପାଳିତ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ଆଜି ଓଡ଼ିଶାର ବରପୁତ୍ର,ଯୋଗ୍ଯତମ ସନ୍ତାନ, ଶତାବ୍ଦୀ ପୁରୁଷ, ଝଡର ଈଗଲ କିମ୍ବଦନ୍ତୀ ପୁରୁଷ,ପ୍ରବାଦ ପୁରୁଷ,ଭାରତର ଦକ୍ଷ ରାଜନୀତିଜ୍ଞ,ମହାନଜନନାୟକ,ଦୂରଦ୍ରଷ୍ଟା,ଦରଦୀମାନବ,ଦୁଃସାହାସୀ,ଜାତିପ୍ରାଣ,ସ୍ବାମୀମାନେ ପୁରୁଷ, ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଦେଶପ୍ରେମୀ, ଧର୍ମନିରପେକ୍ଷବାଦୀ ନେତା, ଆଧୁନିକ ଓଡ଼ିଶାର ବିଶ୍ଵକର୍ମା, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ରାଇରଙ୍ଗପୁର ବିଜୁ ଜନତା କାର୍ଯ୍ୟାଳୟ ପରିସରରେ ବିଜେଡିର ସମସ୍ତ ସାମ୍ମୁଖ୍ୟ ତରଫରୁ ଧୁମଧାମରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଦଳୀୟ କାର୍ଯ୍ୟାଳୟ ତରଫରୁ ବିଜେଡି ଜିଲ୍ଲା ସଭାପତିଙ୍କ ନେତୃତ୍ବରେ ସମସ୍ତ ଦଳୀୟ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ବିଜୁ ପଟ୍ଟନାୟକ ଅମର ରହେ ସ୍ଲୋଗାନ ଦେଇ ବିଜୁ ପଟ୍ଟନାୟକ ଛକରେ ପର୍ଯ୍ୟନ୍ତ ପହଞ୍ଚିଥିଲେ । ସେଠାରେ ଦଳୀୟ ନେତୃବୃନ୍ଦ ବିଜୁପଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଜଣାଇଥିଲେ ।ବିଜୁ ପଟ୍ଟନାୟକ ଅମର ରହେ ନାରାରେ ସ୍ଥାନଟି ପ୍ରକମ୍ପିତ ହୋଇପଡ଼ିଥିଲା ।ପରେ ସମସ୍ତ ଦଳୀୟ କର୍ମୀ ବିଜୁ ଜନତା କାର୍ଯ୍ୟାଳୟ ପାଖରେ ପହଞ୍ଚି ଥିଲେ ।ସେଠାରେ ଉତ୍କଳୀୟଙ୍କ ପ୍ରାତଃ ସ୍ମରଣୀୟ ସେହି ଦିବଂଗତ ମହାନ ରାଷ୍ଟନୀତିଜ୍ଞ ସ୍ମୃତି ଚାରଣ ସଭା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ବର୍ଷିୟାନ ଓକିଲ ତଥା ବରିଷ୍ଠ ନାଗରିକ ସଂଘ ସଭାପତି ରସାନନ୍ଦ ଲେଙ୍କା ଯୋଗ ଦେଇଥିଲେ । ବିଜୁବାବୁଙ୍କ ପାଖ ଲୋକ ଏବଂ ତାଙ୍କ ସହିତ ମିଶି ସମୟ କାଟିଥିବା ଏବଂ ତାଙ୍କ ଅନୁଭୂତି ସହ ବିଜୁପଟନାୟକଙ୍କ ଉତ୍ସର୍ଗୀକୃତ ଜୀବନ ଉପରେ ଉପସ୍ଥିତ ଦଳୀୟ କର୍ମୀଙ୍କ ପାଖରେ ଆଲୋକପାତ କରିଥିଲେ । ଦଳର ନେତୃବୃନ୍ଦ ପ୍ରମୁଖ କହିଥିଲେ ଓଡ଼ିଶାର ବିକାଶ ଓ କଲ୍ଯାଣର ସ୍ବପ୍ନ ନିମନ୍ତେ ବିଜୁବାବୁ ଦେଖିଥିଲେ ତାହାକୁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିବାରେ ଲାଗିଛନ୍ତି । ଓଡ଼ିଶାକୁ ଭାରତ ବର୍ଷର ଏକ ଶ୍ରେଷ୍ଠ ରାଜା କରିବାରେ ତାଙ୍କର ଅବଦାନ ଅବର୍ଣ୍ଣନୀୟ ।ବିଜୁ ଜନତା ଦଳକୁ କିପରି ଆଗକୁ ନେଇ ପାରିବା ଓ ବିଜୁବାବୁଙ୍କ ସ୍ବପ୍ନ ପୂରଣ କରିବା ପାଇଁ ମିଳିତ ହୋଇ ତାଙ୍କ ଜନ୍ମ ଦିନରେ ଶପଥ ନେବା ବୋଲି କହିଥିଲେ । ସେଥିପାଇଁ ସମସ୍ତେ କାନ୍ଧକୁ କାନ୍ଧ ମିଳାଇ ଯତ୍ନବାନ ହେବାସହ ଉଦ୍ୟମ କରିବା ଉଚିତ ବୋଲି କହିଥିଲେ ।ଏହି ପୂଜ୍ୟପୂଜା ଜୟନ୍ତୀ ଉତ୍ସବରେ ବିଜେଡିର ପୂର୍ବତନ ବିଧାୟକ ସାହିବା ଶୁଶୀଲ ହାଁସଦା,ପାର୍ଥ ସାରଥି କବି,ରତୀକାନ୍ତ ପରୀକ୍ଷା,ସୁବାସ ମଣ୍ଡଳ, ଗୋପାଲ ବେଶ୍ରା,ଡୁମୁକା ହେମ୍ବ୍ରମ, ବିଜେଡି ପର୍ଯ୍ୟବେକ୍ଷକ ସାମୁଏଲ ନାଏକ,ସେହିଭଳି ଯୁବ ବିଜେଡ଼ିର ମୟୂରଭଂଜ -୨ବିଜୁ ଯୁବ ଜନତା ସଭାପତି ଅଭିଷେକ ପଟ୍ଟନାୟକ, ର ଗଣେଶ ମିଶ୍ର, ଦିପ୍ତୀମାନ ବଳ, ଶାଶ୍ଵତ ବଳ,ବିଜୁ ବେହେରା, ପଙ୍କଜ ସିଂ, ଆହ୍ବାନ ପଟ୍ଟନାୟକ, ଭିକି ଶର୍ମା, ଗତିକୃଷ୍ଣ ମହାନ୍ତ, ସେକ ସମିମ,ରାହୁଲ ଯାଦବ , ଗୁନୁ ମହାନ୍ତ, ଜ୍ଞାନ ରଂଜନ ଦାସ,ରାହୁଲଯାଦବ,ପ୍ରଣେଶ ମଣ୍ଡଳ,ଇମତିଆଜ ଅଲ୍ଲୀ , ସେହିଭଳି ବିଜୁ ଛାତ୍ର ଜନତା ଦଳର ଉପସଭାପତି କମଳେଶ ବଳ, ବିକାଶ ମହାନ୍ତ,ସୌମିକ ଦାସ,ସିକନ୍ ଦାସ, ଅଭିଷେକ ସ୍ବାମୀ,ବିପୁଳ ଶର୍ମା,ମଣ୍ଟି ଦାସ,କିଷାନ ପରିଡ଼ା, ଛୋଟରାୟ ମୁର୍ମୁ, ଅଂଶୁମାନ ଆଚାର୍ଯ୍ୟ,ପୁର୍ଣ ପଲେଇ, ସୁଧାଂଶୁ ଶେଖର ବେହେରା, ମହମ୍ମଦ ଆଜାଦ ସାମିଲ ହୋଇଥିବାବେଳେ ବିଜୁ ମହିଳା ଜନତାର ତନୁଜା ମହାନ୍ତ, ପୂର୍ଣ୍ଣିମା ମହାନ୍ତ, ପ୍ରତିଭା ମହାନ୍ତ,ରଣଜିତା ଲେଙ୍କା,ରସ୍ମିତା ମହାକୁଡ଼,ସାରଥି ମୁର୍ମୁ,ଧିରା ବେଶ୍ରା,ବନ୍ଦିତା କୈବର୍ତ୍ତ ଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।