ରାଇରଙ୍ଗପୁରରେ ବିଦ୍ୟୁତ ବିଭାଗ ପାଓ୍ବାର ଏମ୍ପଲୟଜ ୟୂନିଅନର କର୍ମି ସମ୍ମିଳନୀ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥ ବିକାଶ ନଗର ସ୍ଵଜଳଧାରା ସ୍ଵତନ୍ତ୍ର କକ୍ଷରେ ରବିବାର ଦିନ ପାଓ୍ବାର ଏମ୍ପଲୟଜର ଏକ କର୍ମି ସମ୍ମିଳନୀ ସମ୍ମିଳନୀ କାର୍ତ୍ତିକ ଵିଶ୍ୱ।ଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟୁତ୍ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା, ସୁବିଧା, ଅସୁବିଧା, ଉପରେ ପୁଙ୍ଖାନୁପୁଙ୍ଖ ଉପରେ ଆଲୋଚନା କରା ଯାଇଥିଲା । କର୍ମଚାରୀଙ୍କ ସମସ୍ୟାକୁ ନେଇ ନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରାଇବା ପାଇଁ ସମୟ ଧାର୍ଯ୍ୟ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ନିଆ ଯାଇଥିଲା । ଯଦି କର୍ମଚାରୀଙ୍କ ରତି ବିଭାଗୀର କତୃପକ୍ଷ ଅଣଦେଖା ଓ ଅସହଯୋଗ କରନ୍ତି ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତିବ୍ରତର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ସମ୍ମିଳନୀରେ ବରିଷ୍ଠ ନେତା ତଥା ସର୍କଲ ସେକ୍ରେଟାରୀ ଅଶ୍ବିନୀ ପଣ୍ଡା,ସଂପାଦକ ବିଜୟ କୃଷ୍ନ ମାଇତି, ରାମ ଦୁଲାଲ ରାୟ, କୋଷାଧ୍ୟକ୍ଷ ଉଦୟଭାନୁ ବେହେରା, ଅମୀୟ ସ୍ୱାଇଁ, ବୀରସିଂ ମାରାଣ୍ଡୀ, ଚନ୍ଦନ ରାଉତ, ପରମେଶ୍ବର ମହାନ୍ତଙ୍କ ସମେତ ବହୁ କର୍ମଚାରୀ ଯୋଗ ଦେଇ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ବିଦାୟ ବର୍ଷ ସହ ଆସନ୍ତା ନବ ବର୍ଷରେ ଭଗବାନ ସମସ୍ତଙ୍କର ସମସ୍ତଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରଖବା ସହ ସମସ୍ତଙ୍କର ମଙ୍ଗଳ କାମନା କରି ଉପସ୍ଥିତ ସାଥୀ ଭାଇଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଅଶ୍ବିନୀ ପଣ୍ଡା