ରାଇରଙ୍ଗପୁରରେ ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଆଜି ବିଶ୍ୱ ପର୍ଯ୍ୟାବରଣ ଦିବସ । ଏହି ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ବିଶ୍ବ ପର୍ଯ୍ୟାବରଣ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଏନଏସ ଏସ ସାମିଲ ହୋଇଥିଲା । ପ୍ରାରମ୍ଭରେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ସମ୍ମଖରୁ ବିଶ୍ୱ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଶୋଭାଯାତ୍ରାକୁ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ନଳିନୀକାନ୍ତ ବେହେରା ସବୁଜ ପତାକା ହଲାଇ ଶୁଭ ଉଦ୍ଘାଟନ କରିଥିଲେ । ପରେ ଶୋଭାଯାତ୍ରା ରାଇରଙ୍ଗପୁର ସହର ପରିକ୍ରମା କରିଥିଲା । ବିଭିନ୍ନ ପ୍ଲାକାର୍ଡ ଓ ସ୍ଲୋଗାନ ସହ ସହରବାସୀଙ୍କୁ ପର୍ଯ୍ୟାବରଣ ସଚେତନତା ବାର୍ତ୍ତା ଦିଆଯାଉଥିଲା । ପରେ ରାଇରଙ୍ଗପୁର ବନାଞ୍ଚଳ ସମ୍ମିଳନୀ କକ୍ଷରେ ଏକ ସଚେତନା ବୈଠକ ଡିଏଫଓ ନଳିନୀକାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ ତଥା ଶିମିଳିପାଳ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରଦୀପ୍ତ କବି, ପ୍ରଜାପତି ବ୍ରହ୍ମକୁମାରୀ ଐଶ୍ଵାରୀୟ ବିଦ୍ୟାଳୟର ବିକେ ସୁପ୍ରିୟା ଦିଦି, ବିକେ ମିନତୀ ଦିଦି, ଏସିଏଫ ବୈଦ୍ୟନାଥ ମାଝୀ ସାମିଲ ହୋଇଥିଲେ । ଅଧ୍ୟାପକ ବିଜୟ ରାମ ମଂଚ ପରିଚାଳନା କରିଥିଲେ । ଆଜିର ଅନୁଚିନ୍ତା ‘ ଏକମାତ୍ର ହିଁ ଧରିତ୍ରୀ’ । ଧରିତ୍ରୀ ହିଁ ଜୀବଜନ୍ତୁ, ବୃକ୍ଷଲତା ଓ ମାନବ ସମାଜକୁ ସନ୍ତୁଳିତ କରି ରଖିଥାଏ । ବୃକ୍ଷ ଜଙ୍ଗଲ ନଷ୍ଟ ଓ ହ୍ରାସ ଯୋଗୁଁ ପ୍ରଦୂଷଣ, ଜଳବାୟୁରେ ପରିବର୍ତ୍ତନ ଦେଖା ଦେଇଛି।ସିରା ବିଶ୍ୱ ଚିନ୍ତିତ ।ଯାହାଯୋଗୁଁ ପ୍ରାକୃତିକ ଅସନ୍ତୁଳନ, ଜଳବାୟୁ ପରିବର୍ତ୍ତନ, ସବୁଜ ଗୃହ ବାଷ୍ପରେ ବୃଦ୍ଧି, ପ୍ରାକୃତିକ ଦୁର୍ବିପାକ ତଥା ଜୈବ ବିବିଧତା ହ୍ରାସ ପାଇବାରେ ଲାଗିଛି । ଯାହାକି ସମାଜର ଅସ୍ତିତ୍ବ ଏବଂ ସାମାଜିକ ଓ ଅର୍ଥନୈତିକ ଉପରେ ପ୍ରଭାବ ପକାଉଛି ବୋଲି ଡିଏଫଓ ବକ୍ତବ୍ୟରେ ବକ୍ତବ୍ୟ ରଖିଥିଲେ । ତେଣୁ ପ୍ରତ୍ୟେକ ଲୋକ ନିଜେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ଗଛ ଲଗାଇବା, ଗଛର ଯତ୍ନ ନେବା , ସୁରକ୍ଷା ଦେବା ଉଚିତ ବୋଲି ଡିଏଫଓ ଉପସ୍ଥିତ ଛାତ୍ରଛାତ୍ରୀ, ବନ କର୍ମଚାରୀ ଙ୍କୁ କହିଥିଲେ । କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ମହାକୁଡଙ୍କ ସମେତ ବନବିଭାଗ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।


