ରାଇରଙ୍ଗପୁରରେ ମୟୂରଭଂଜ ପ୍ରିମିୟମ ଲିଗ୍ ଶୁଭାରମ୍ଭ ନେଇ ଯୁବଛାତ୍ରଙ୍କ ମହଲରେ ଆନନ୍ଦର ଲହରି ।

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲା ହେଉଛି କ୍ରୀଡାର ଏନ୍ତୁଡ଼ିଶାଳ । ଜିଲ୍ଲାର ପ୍ରତ୍ଯେକ କୋଣ ଅନୁକୋଣରେ କ୍ରୀଡାର ମାହଲ ଖୁନ୍ଦି ହୋଇ ରହିଛି ।ହେଲେ ପ୍ରତ୍ସୋହନ ଅଭାବରୁ କ୍ରୀଡା ପ୍ରତିଭା ଫୁଟି ପାରୁନାହିଁ । ମୟୂରଭଂଜ ଜିଲ୍ଲା ବିଜେଡି ପ୍ରଭାରୀ ତଥା ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମୟୂରଭଂଜରେ କ୍ରୀଡାର ବିକାଶ ଏବଂ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡାବିତ୍ ସୃଷ୍ଟି କରିବା ପାଇଁ ମୟୂରଭଂଜ ପ୍ରିମିୟର ଲିଗ୍ ଫୁଟବଲ ଓ କ୍ରିକେଟ ଖେଳ ନେଇ ଆୟୋଜନ କରାଇଛନ୍ତି । ଜିଲ୍ଲାର ୨୬ଟି ବ୍ଲକ,୨ଟି ଏନଏସି ଏବଂ ଦୁଇଟି ମ୍ୟୁନିସିପାଲଟି ରେ ଫୁଟବଲ ଓ କ୍ରିକେଟ ଖେଳ ହେବ ଏହା ଜାନୁଆରୀ ୩୦ ତାରିଖରୁ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ବ୍ଳକ ଓ ପୌରାଞ୍ଚଳ ସ୍ତରୀୟ ଖେଳ ଅନୁଷ୍ଠିତ ହେବ ।ପରେ ଫେବୃଆରୀ ୯ ତାରିଖରୁ ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଖେଳ ହେବ । ମାର୍ଚ୍ଚ ୩ ତାରିଖ ଦିନ ରାଇରଙ୍ଗପୁରରେ ମୟୂରଭଂଜ ପ୍ରିମିୟମ ଲିଗ ଫୁଟବଲ ଫାଇନାଲ ଖେଳ ଅନୁଷ୍ଠିତ ହେବ । ସେହିଭଳି ମାର୍ଚ୍ଚ ୫ ତାରିଖରେ ମୟୂରଭଂଜ କ୍ରିକେଟ ପ୍ରିମିୟର ଫାଇନାଲ ଖେଳ ବାରିପଦାରେ ଅନୁଷ୍ଠିତ ହେବ । ଫାଇନାଲ ଖେଳ ପରେ ଶ୍ରେଷ୍ଠ ଖେଳାଳି ମାନଙ୍କୁ ରାଜ୍ୟ ଓ ଜାତୀୟ ସ୍ତରୀୟ ଖେଳରେ ଅଂଶ ଗ୍ରହଣ କରିବ ପାଇଁ ସୁଯୋଗ ତାଲିମ ଦେବାପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯିବ । ଜିଲ୍ଲାର ସବୁଠି ଯୁବଛାତ୍ର ମିଳିତ ଆନୁକୁଲ୍ୟରେ ଖେଳର‌ ଆୟୋଜନ କରାଯାଇଛି । ରାଇରଙ୍ଗପୁରରେ ଆଜି ମୟୂରଭଂଜ ସଦର ଯୁବ ବିଜେଡି ସଭାପତି ଅଭିଷେକ ପଟ୍ଟନାୟକଙ୍କ ନେତୃତ୍ବରେ ଏବଂ ମୟୁରଭଞ୍ଜ ସଦର ଯୁବ ବିଜେଡି ପର୍ଯ୍ୟବେକ୍ଷକ ରେଭେନ୍ସା ମହାବିଦ୍ୟାଳୟର ପ୍ରାକ୍ତନ ସଭାପତି ଗଣେଶ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଖେଳର ଶୁଭାରମ୍ଭ କରାଯାଇଛି । ରାଇରଙ୍ଗପୁର ପୌରାଞ୍ଚଳର ୧୬ ଟି ଶ୍ରେଷ୍ଠ ଟିମର ଖେଳାଳି ଯୋଗଦେଇଥିଲେ । ପ୍ରାରମ୍ଭରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରର ଖେଳାଳି ମାନେ ସେମାନଙ୍କ ଆକର୍ଷଣୀୟ ଖେଳ ପୋଷାକରେ ପିନ୍ଧି ମଶାଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ବିଜୁପଟନାୟକ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲେ । ସେଠାରେ ବିଜୁପଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଆଶୀର୍ବାଦ ନେଇଥିଲେ ।ପ୍ରବାଦ ପୁରୁଷ ବିଜୁପଟନାୟକ ଅମର ରହେ ନାରାରେ ପ୍ରକମ୍ପିତ ହୋଇଥିଲା ବିଜୁପଟନାୟକ ଛକ ।ପରେ ଖେଳାଳିମାନେ ରାଇରଙ୍ଗପୁର କଲେଜ ପଡ଼ିଆରେ ପହଞ୍ଚିଥିଲେ ସେଠାରେ ରାଜ୍ୟ ବିଜେଡି ସଂପାଦକ ଡାକ୍ତର ଦେବାଶିଷ ମାରାଣ୍ଡି, ମୟୂରଭଂଜ ସଦର ଯୁବ ବିଜେଡି ପର୍ଯ୍ୟବେକ୍ଷକ ଗଣେଶ ମହାପାତ୍ର, ମୟୂରଭଂଜ ସଦର ବିଜେଡି ଯୁବ ବିଜେଡି ସଭାପତି ଅଭିଷେକ ପଟ୍ଟନାୟକ ଖେଳର ପରିଚାଳନାରେ ନେତୃତ୍ବ ନେଇଥିଲେ ।ଓଡ଼ିଶା ସରକାରଙ୍କ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଖେଳର ଶୁଭ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବିଜୁ ଯୁବ ଛାତ୍ର ଜନତା ପଦାଧିକାରୀ ବିକାଶ ମହାନ୍ତ,ସାଜିଦ ହୂସେନ, ସତ୍ୟଜିତ ମାଠିଆ,ସୌମିକ ଦାସ କାନୁନଗୋ,ଗୁନୁ ମହାନ୍ତ, ଆହ୍ବାନ ପଟ୍ଟନାୟକ,ଆଲୋକ ରଂଜନ ମହାନ୍ତ, ଅଭିଷେକ ମହାନ୍ତି,ଋଷି ସ୍ବାମୀ,ସିକନ୍,ସିପୁ ଦାସ,ଅମରେଶ ବଳ ଏବଂ ଅନ୍ୟାନ୍ୟ ଯୁବଛାତ୍ର ନେତୃବୃନ୍ଦ ଖେଳ ଆୟୋଜନରେ ସହଯୋଗ କରିଥିଲେ । ବରିଷ୍ଠ ବିଜେଡି ନେତୃବୃନ୍ଦ ପାର୍ଥସାରଥୀ କବି, ପଙ୍କଜ ଦାସ, ଗୌରୀ ଦତ୍ତ, ରତିକାନ୍ତ ପରୀକ୍ଷା, ପ୍ରଭାତ ପଟ୍ଟନାୟକ, ବାସନ୍ତୀ ମାରାଣ୍ଡି,ନିୟତି ମହାନ୍ତି, ଲକ୍ଷ୍ମୀ ମହାନ୍ତି, ତନୁଜା ମହାନ୍ତ, ପୂର୍ଣ୍ଣିମା ମହାନ୍ତ,ରଂଜିତାଙ୍କ ଲେଙ୍କା ଏବଂ ଅନ୍ୟ ବିଜୁ ପ୍ରେମୀ ଉପସ୍ଥିତ ରହି ଖେଳାଳିମାନେ କୁ ଉତ୍ସାହିତ କରିଥିଲେ ।ଆଜି ମୟୂରଭଂଜ ଜିଲ୍ଲା ସଂପୂର୍ଣ୍ଣ କ୍ରୀଡାମୟ ହୋଇ ଉଠିଥିଲା ।ଯୁବଛାତ୍ରଙ୍କ ମଧ୍ୟରେ ଅଦ୍ଭୁତପୁର୍ଣ ଉତ୍ସାହ, ଆନନ୍ଦ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ