ରାଇରଙ୍ଗପୁରରେ ଲକ୍ଷ୍ମୀ ପୂଜା ଧୁମଧାମରେ ପାଳିତ

ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ): ଉତ୍କଳୀୟ ସଂସ୍କୃତିର ଅନନ୍ୟ ସାଂସ୍କୃତିକ ଗଣ ପର୍ବ ମାର୍ଗଶିର ମାସ ଶେଷ ଗୁରୁବାର । ପୁରପଲ୍ଲୀରେ ଗାଁ ଗାଁ ରେ ଲକ୍ଷ୍ମୀ ପୂଜା ଧୁମଧାମରେ ପାଳନ କରାଯାଇଛି । ସେହିଭଳି ରାଇରଙ୍ଗପୁର ଅଂଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଜନ କଲ୍ୟାଣ ଯୁବକ ସଂଘ’ ତରଫରୁ ମା’ଲକ୍ଷ୍ମୀଙ୍କର ୨୭ ତମ ପୂଜା ଧୁମଧାମରେ ପାଳନ କରାଯାଇଛି । ବହୁ ଶ୍ରଦ୍ଧାଳୁ ମା’ଙ୍କ ପାଖରେ ପୂଜା କରି ଆଶୀର୍ବାଦ ନେଇଥିଲେ । ଆକର୍ଷଣୀୟ ମୃଣ୍ମୟୀ ମୂର୍ତ୍ତି, ଆକର୍ଷଣୀୟ ତୋରଣ,ଦୁଇ ଦିନ ଧରି ଯାତ୍ରା କରାଯିବା ସହ ରବିବାର ଦିନ ଭସାଣି କରାଯାଇଥିଲା । ପ୍ରତିଦିନ ଅନ୍ନ,ଭୋଗ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ