ରାଇରଙ୍ଗପୁରରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଶିବିର

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ରାଇରଙ୍ଗପୁର ଗୋଷ୍ଟୀ ଶିକ୍ଷା କାର୍ଯାଳୟ ପକ୍ଷରୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଶିବିର ବି.ଇ.ଓ ସମ୍ମିଳନୀ କକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି I ରାଇରଙ୍ଗପୁର ବି.ଇ.ଓ ପ୍ରକାଶ ଚନ୍ଦ୍ର ମହାଳିକ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ବୃଦ୍ଧି ପାଇଁ ପରାମର୍ଶ ଦେଇଥିଲେ I ପ୍ରଶିକ୍ଷକ ଭାବେ ଗୋରୁମହିଷାଣି ଶିକ୍ଷା ପ୍ରତିଷ୍ଠାନର ପ୍ରଶିକ୍ଷକ ପ୍ରଫୁଲ କୁମାର ଗୋଛାୟତ ଓ ସରସ୍ବତୀ ସୋରେନ ଯୋଗଦେଇ 20ଜଣ ଶିକ୍ଷକ ଓ 12ଜଣ ସି.ଆର.ସି.ସିଙ୍କୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପଦର୍ଶନ ବିଷୟରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ I ଏହି ଶିବିରରେ ବି.ଆର.ସି.ସି ରମାକାନ୍ତ ସେଠୀ, ଏ.ବି.ଇ.ଓ କାର୍ତ୍ତିକ ଚନ୍ଦ୍ର କାରୁଆ ଓ ନମିତା ସେଠୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ସି.ଆର.ସି.ସି ସୁଶାନ୍ତ କୁମାର ପରୀକ୍ଷା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ I ଶେଷରେ ଶିକ୍ଷକ ତଥା ବାଲୁକା ଶିଳ୍ପୀ ଅଜୟ କୁମାର ଘୋଷ, ସି.ଆର.ସି.ସି ଉର୍ମିଳା ପାଣି,ଅନୁପମା ନନ୍ଦ,ଦିପ୍ତୀରେଖା ମହାନ୍ତି,ଅଜିତ ମଣ୍ଡଳ,ମନୋରଞ୍ଜନ ମଣ୍ଡଳ ପ୍ରମୁଖ ସୁନ୍ଦର ଟି.ଏଲ.ଏମ ପ୍ରସ୍ତୁତି କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ