ରାଇରଙ୍ଗପୁରରେ ଶ୍ରୀ ଶ୍ରୀ ଠାକୁଅନୁକୂଳ ଚନ୍ଦ୍ରଙ୍କ ୧୩୨ ତମ ଜୟନ୍ତୀ ପାଳିତ

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): : ରାଇରଙ୍ଗପୁର ସତସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମାଘମାସ ୨୬ ଦିନ ପୂର୍ଣ୍ଣିମା ତିଥିରେ ୧୩୨ ତମ ଶୁଭ ଜନ୍ମ ମହୋତ୍ସବ ଭକ୍ତ ବୃନ୍ଦଙ୍କ ଦ୍ବାରା ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଅଧ୍ଯାପିକା ମିନତୀ ସେନ,ସମ୍ପ୍ରତି ରତ୍ବିକ ପଶ୍ଚିମବଙ୍ଗର ଡଃ ମାନସ ମିଶ୍ର,ମୋରଡା ବିଧାୟକ ରାଜକିଶୋର ଦାସ, ରାଇରଙ୍ଗପୁର ସତସଙ୍ଗ ବିହାର ସଭାପତି ହରିହର ଦାସ,ସଂପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ ପ୍ରମୁଖ ସମାଜରେ ଏବଂ ପରିବାରରେ ଶୃଙ୍ଖଳିତ ପରିବେଶ, ସଂସ୍କାର, ଶୃଙ୍ଖଳା, ଶିକ୍ଷା,ସେବା ମନୋବୃତ୍ତି , ଧୈର୍ଯ୍ୟ,ସାହାସ, ଭକ୍ତି, ସଦାଚାର ପାଇଁ ଆଧ୍ୟାତ୍ମିକ ମାର୍ଗ ଏବଂ ସଦଗୁରୁଙ୍କ ଥିବା ଅପରିହାର୍ଯ୍ୟ । ବସ୍ତୁବାଦୀ ଦୁନିଆଁରେ ଲୋକ ଅର୍ଥ ପଛରେ ଗୋଡାଇ ଅଶାନ୍ତ ବଳୟ ଭିତରେ ପ୍ରବେଶ କରୁଛନ୍ତି । ତେଣୁ ମଣିଷ ସତସଙ୍ଗ ଏବଂ ସଦଗୁରୁଙ୍କ ଉପଦେଶକୁ ନିଜର ଜୀବନରେ ବ୍ୟବହାର କରି ସମ୍ପଦ,ସତକର୍ମରେ ଲଗାଇଲେ ନିଜର ତଥା ପରିବାରର ମଙ୍ଗଳ ହେବ ବୋଲି ଉପସ୍ଥିତଥିବା ଭକ୍ତ ବୃନ୍ଦଙ୍କୁ କହିଥିଲେ । ଏହି ଜନ୍ମୋତ୍ସବରେ ବେଦମାଙ୍ଗଳିକ,ଊଷାକୀର୍ତ୍ତନ,ସମବେତ ପ୍ରାର୍ଥନା, ଧର୍ମଗ୍ରନ୍ଥ ପାଠ,ମାତୃ ସମ୍ମିଳନୀ,ସତସଙ୍ଗ , ସଦାଲୋଚନା,ଭଣ୍ଡାର ପ୍ରସାଦ ସେବନ ସତସଙ୍ଗ ବିହାର ତରଫରୁ ହୋଇଥିଲା ।ପରେ’ ସୁଧାକଳା’ଅନୁଷ୍ଠାନ “ପକ୍ଷରୁ ଅଧ୍ୟକ୍ଷା ସୁଧାଂଶୁବାଳା ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ରାମଚନ୍ଦ୍ର ବିଶ୍ବାଳ,ଗୋକୁଳ ପାଣି,ପ୍ୟାରିସ ସାହୁ, ପଙ୍କଜ ଦାସ,ବାବୁଲାଲ ଗିରି, ବଳରାମ ବାରିକ, ରଂଜନ ନନ୍ଦ, ଡଃ ଦିଗମ୍ବର ଗିରି , ସର୍ବେଶ୍ଵର ମହାନ୍ତ,ଆଲାଦ ଦାସ, ପ୍ରକାଶ ମହାନ୍ତ, ଚନ୍ଦ୍ରକାନ୍ତ ଗୋପାଲ, ଗୁରୁପ୍ରସାଦ ମହାକୁଡ଼ ପ୍ରମୁଖ ଗୁରୁଙ୍କ ଉପରେ ଆଲୋକପାତ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ