ରାଇରଙ୍ଗପୁରର ପୂର୍ଣେଶ୍ଵର ମହାଦେବ ମନ୍ଦିର ପୁନର୍ବିନ୍ଯାସ ଓ ଶ୍ରୀ ଶ୍ରୀ ଗଜାନନଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଢି ଗ୍ରାମାରେ ୩୦୦ ବର୍ଷରୁ ଉର୍ଦ୍ଧ୍ବ ହେବ ରାଜାରୁଜୁଡା ଅମଳର ପ୍ରତ୍ୟକ୍ଷ ଦେବତା ବାବା ପୂର୍ଣେଶ୍ବର ମନ୍ଦିର ସ୍ଥାପିତ ହୋଇଥିଲା ।ସେହି ଦିନଠାରୁ ଶ୍ରଦ୍ଧାଳୁମାନେ ବାବାଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଉଥିଲେ । ବହୁ ପୁରାତନ ମନ୍ଦିର ହୋଇଥିବାରୁ ମନ୍ଦିର ଭିତରେ ଥିବା ପ୍ରତିମୂର୍ତ୍ତି ଗୁଡିକ ତଥା ଗଣେଶ ମୂର୍ତି, ଶିବଙ୍କର ଆସ୍ଥାନ ଭିତରର ପରିବେଶ ଜରାଜୀର୍ଣ୍ଣ ହୋଇଥିଲା । ବର୍ତମାନର ରାଇରଙ୍ଗପୁର ତହସିଲଦାର ତଥା ବାବା ପୂର୍ଣେଶ୍ଵର ମନ୍ଦିର କମିଟି ଅଧ୍ୟକ୍ଷ ଶ୍ରୀ ବିଶ୍ଵନାଥ ବିଶ୍ବାଳ, ତହସିଲ କର୍ମଚାରୀ ପ୍ରମୁଖ ମନ୍ଦିରର ପୁନର୍ଵିନ୍ଯାସ ପାଇଁ ଦିର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧ୍ବ ହେଲା ପ୍ରଚେଷ୍ଟା କରି ଆସୁଛନ୍ତି । ଏଥିପାଇଁ ମନ୍ଦିରର ପୁନର୍ଵିନ୍ଯାସ, ଓ ଗଜାନନାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଗତ ୨୧ ତାରିଖରୁ ଆଜି ୨୩ ତାରିଖ ପର୍ଯ୍ୟନ୍ତ ମନ୍ଦିର ପୂର୍ଣେଶ୍ଵର ମନ୍ଦିର ପୁନ୍ରବିନ୍ଯାସ ମହାସମାରୋହ କାର୍ଯ୍ୟକ୍ରମ ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ୨୧ ତାରିଖ ଦିନ କଳଶ ପୂଜା, ସୂର୍ଯ୍ୟ ପୁଜା,ଘଟ ମଣ୍ଡଳ ପୂଜା,ଅଗ୍ନି ସ୍ଥାପନ,ଗୀତା ଯଜ୍ଞ, ଏବଂ ଦେବୋତ୍ତର କମିଟି ତରଫରୁ ୨୦୦୦ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।୨୨ ତାରିଖ ଦିନ ପ୍ରାତଃ ବେଦ ପାଠ,ସପ୍ତଶତୀ ଚଣ୍ଡୀ ଯଜ୍ଞ , ଅନ୍ୟାନ୍ୟ ପୂଜା କାର୍ଯ୍ୟକ୍ରମ ରୀତିନୀତି ଅନୁସାରେ ବେଦ ପଣ୍ଡିତ ମାନଙ୍କ ଦ୍ଵାରା କରା ମିଳିଥିଲା । ସଂନ୍ଧ୍ୟାରେ ଭଦ୍ରକର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପ୍ରସିଦ୍ଧ ନୀଳାଚଳ ଭଜନ ସନ୍ଧ୍ୟା ତରଫରୁ ଯୁବ କଳାକାର ମାନଙ୍କ ଦ୍ବାରା ସୁନ୍ଦର ସୁନ୍ଦର ଜଗନ୍ନାଥ,ଶିବ,ସାଇ ଭଜନ ପରିବେଷଣ କରା ଯାଇଥିଲା ଯାହାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଉପଭୋଗ କରିଥିଲେ ।ତଦସହ ଶେଷ ଦିନ ଆଜି ପ୍ରାତଃ ବେଦ ପାଠ, ସୂର୍ଯ୍ୟ ପୂଜା,ଗୋ ପୂଜା,ଘଟମଣ୍ଡଳ ପୂଜା,ଶ୍ରୀ ଶ୍ରୀ ଗଜାନନ ଙ୍କ ପ୍ରାଣ ପ୍ରତିଷ୍ଠା ,ରୁଦ୍ରାଭିଷେକ,ଓ ମଧ୍ୟାହ୍ନରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା ।ଏହି ପୂଜା କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ଅଂଚଳର ବେଦ ବିଦ୍ୱାନ ପ୍ରସନ୍ନ ଷଡଙ୍ଗୀ,ଜନ ରଂଜନ ଦାସ, ରବି ନନା,ଟିକୁ ନନା ଏବଂ ସୁଦୂର ଭଦ୍ରକ ଜିଲ୍ଲାର ବାସୁଦେବ ବ୍ଳକର ବିଶିଷ୍ଟ ବେଦ ପଣ୍ଡିତ ଅଭୟ ପଣ୍ଡା,ଅଜୟ ଦାସ, ସୋମନାଥ ଶାସ୍ତ୍ରୀ ପ୍ରମୁଖ ଙ୍କ ଦ୍ଵାରା ପୂଜା କାର୍ଯ୍ୟକ୍ରମ ରୀତିନୀତି ଅନୁସାରେ ହୋଇଥିଲା । ପୂଜାରେ ମୁଖ୍ୟ ଆୟୋଜକ ତହସିଲଦାର ବିଶ୍ବନାଥ ଵିଶ୍ଵାଳ ଏବଂ କର୍ତାଭାଵେ ଅଶୋକ ମହାନ୍ତି ଏବଂ ତାଙ୍କ ସହଧର୍ମିଣୀ ରଚନା ଏବଂ କଟି ପଣ୍ଡା ତାଙ୍କ ଧର୍ମପତ୍ନୀ ବବିତା ପୂଜାରେ ସଂକଳ୍ପ ରେ ବସି ଦାୟିତ୍ଵ ନିଭାଇଥିଲେ । ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ, ରାଇରଙ୍ଗପୁର ବିଡ଼ିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଯାମଦା ବିଡ଼ିଓ ଦେବାଶିଷ ପଣ୍ଡା,ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ରାଇରଙ୍ଗପୁର ଆଖପାଖ ଅଂଚଳରୁଛ ଵହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ବାବା ପୂର୍ଣେଶ୍ବର ମନ୍ଦିରକୁ ଆସି ଯଜ୍ଞ ରେ ଵସି ଵାଵା ପୂର୍ଣେଶ୍ବର ଏବଂ ଶ୍ରୀ ଶ୍ରୀ ଗଜାନନଙ୍କର ଆଶୀର୍ବାଦ ନେଇଥିଲେ । ୩ ଦିନ ଧରି ପଣ୍ତିତ ମାନଙ୍କ ଓମ୍ ନମ୍ଃ ଶିବାୟଃ ମନ୍ତ୍ର ଧ୍ଵନୀରେ ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହେବା ସହ ରାଇରଙ୍ଗପୁର ସହରରେ ଏକ ଭକ୍ତିମୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଆଜିର ଦିନରେ ଏହି ମନ୍ଦିର ପୁନର୍ନିଵାସ ଓ ଶ୍ରୀ ଶ୍ରୀ ଗଜାନନ ଙ୍କ ପ୍ରାଣ ପ୍ରତିଷ୍ଠା ଯୋଗ ଦେବାର କାର୍ଯ୍ୟକ୍ରମ ‌ହୋଇଥିଲା । ସେଥିପାଇଁ ମନ୍ଦିରକୁ ଆକର୍ଷଣୀୟ ପୁଷ୍ପରେ ସୁସଜ୍ଜିତ କରାଯିବା ସହ ମନ୍ଦିର ବାହାରେ ଏବଂ ଭିତରେ ଦୁଇଟି ନୂତନ ଆକର୍ଷଣୀୟ ଫୁଲ , ସୋ ଗଛ,ସବୁଜ ଦୁବ ଗାଲିଚା ଦ୍ବାରା ସ୍ଥାୟୀ ପାର୍କ କରାଯାଇଥିଲା ।ବାତ୍ୟା ପ୍ରଭାଵ ଯୋଗୁଁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିଲା ।ଆଗାମୀ ଦିନରେ ରାଷ୍ଟ୍ରପତିଙ୍କ ମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମରେ ମନ୍ଦିର ର ଥିବା ବାକିତକ କାମକୁ ଆଗେଇ ନିଆଯିବ ବୋଲି ମନ୍ଦିର କମିଟି ଅଧ୍ୟକ୍ଷ ତଥା ରାଇରଙ୍ଗପୁର ତହସିଲଦାର ଶ୍ରୀ ବିଶ୍ଵନାଥ ବିଶ୍ଵାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମନ୍ଦିର ର ପୁନର୍ନିଵାସ ନେଇ ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କ ବଳିଷ୍ଠ ପ୍ରଚେଷ୍ଟା ଓ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ସହରବାସୀ ଙ୍କ ଅକୁଣ୍ଠିତ ସହଯୋଗ ଓ ଶାନ୍ତି ଶୃଙ୍ଖଳାର ସହ ପୂଜା କାର୍ଯ୍ୟକ୍ରମ ସଂପନ୍ନ ହୋଇଥିବାରୁ ତହସିଲଦାର ବିଶ୍ବନାଥ ବିଶ୍ବାଳ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ପରିଚାଳନାରେ ସମସ୍ତ ତହସିଲ କର୍ମଚାରୀ ତଥା ସୁପରଭାଇଜର ନୀହାର କୁମାର ପାତ୍ର, ସଞ୍ଜୟ ବିନ୍ଧାଣି,ଆର ଆଇ ସୁନା ରାମ ମାଂଝୀ,ନମିତା ସେଠୀ,ସ୍ମିତା ମହାକୁଡ଼, ଗିରିଧାରୀ ପାତ୍ର,ବ୍ରହ୍ମା ବଲ୍ଲଭ ବେହେରା,ସିପିକା ମହାନ୍ତ,ଅମ୍ଵିକା ମାଝୀ,ଗଗନ ବିହାରୀ ନାଏକ,ସୁନିଲ ଶଙ୍କର ପାତ୍ର, ସୁଭାଷିନୀ ମୁଣ୍ଡା,ଅବିନାଶ ଦାସ ଏବଂ ଅନ୍ୟମାନେ ସହଯୋଗ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ