ରାଇରଙ୍ଗପୁରର ବିଭିନ୍ନ ଲକ୍ଷ୍ମୀ ପୁଜା ମଣ୍ଡପ ଭକ୍ତ ଶୂନ୍ୟ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ସହର ରାଇରଙ୍ଗପୁର । ଏହି ସହର ଏବଂ ଆଖପାଖ ଅଞ୍ଚଳରେ ବିଭିନ୍ନ ଲକ୍ଷ୍ମୀ ପୂଜା ମଣ୍ଡପରେ ପ୍ରତିବର୍ଷ ବହୁ ଆଡମ୍ବର,ଆକର୍ଷଣୀୟ ମୃଣ୍ମୟ ମୂର୍ତ୍ତି,ଆଲୋକସଜ୍ଜା,ତୋରଣ,ଅନ୍ନପ୍ରସାଦ,ଭଜନ ସମାରୋହ,ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଅଦୃଶ୍ୟ ମହାମାରୀ କରୋନା ସଂକ୍ରମଣ ଯୋଗୁ ସାରା ବିଶ୍ୱ ମାନବ ସମାଜ ତ୍ରାହି ତ୍ରାହି ହେଉଛି । ଏହାକୁ ନେଇ ସରକାର କୋଭିଡ-୧୯ କଟକଣା କଠୋର କରିଛନ୍ତି । ପୂଜା ମଣ୍ଡପ ହେବ ଭକ୍ତ ଶୂନ୍ୟ ୭ଜଣ ହିଁ ପୂଜା କରିବେ ,ଆଲୋକ ସଜ୍ଜା,ତୋରଣ,୪ ଫୁଟରୁ ଅଧିକ ମୃଣ୍ମୟ ମୂର୍ତ୍ତି ହୋଇ ପାରିବ ନାହିଁ । ସେହି ନିୟମକୁ ପୂଜା କମିଟିର ସଦସ୍ୟ ମାନେ ପାଳନ କରି ନିରାଡମ୍ବର ସହ ମନର କୋହ ଓ ଆଖିରେ ଆଖିଏ ଲୁହ ଢଳାଇ ପୂଜାର୍ଚ୍ଚନା କରୁଛନ୍ତି । ମହାଲକ୍ଷ୍ମୀ ପୂଜା ଉତ୍କଳୀୟ ସଂସ୍କୃତିର ଅନନ୍ୟ ପର୍ବ । ମା’ଲକ୍ଷ୍ମୀଙ୍କୁ ପୂଜା କଲେ ଘରେ ଧନ ଧାନ୍ୟରେ ପୁରି ଯାଏ । ସମସ୍ତଙ୍କର ମନ, ସ୍ୱାସ୍ଥ୍ୟ, ଭଲ ଥାଏ । ପରିବାରରେ ଏକ ଆଧ୍ୟାତ୍ମିକ ଓ ସୁସ୍ଥ ପରିବେଶ ହୁଏ । ପରିବାର ଭଲ ରହିଲେ ସମାଜର ମଙ୍ଗଳ ହୁଏ । କିନ୍ତୁ ମା’ମାଉସୀ ପୂଜା ମଣ୍ଡପରେ ପୂଜାର୍ଚ୍ଚନା ନକରି ପାରି ଦୁଃଖର ସହିତ ଘରେ ପୂଜା କରୁଛନ୍ତି । ତଥାପି ମା’ଙ୍କୁ ଆଶୀର୍ବାଦ ମାଗିଛନ୍ତି କରୋନା ହଟୁ ସମାଜର ସୁସ୍ଥ ପରିବେଶ ହେଉ । ରାଇରଙ୍ଗପୁର ସହରର ବିଜୁ ପଟ୍ଟନାୟକ ଛକରେ ଦୈନିକ ପରିବା ମାର୍କେଟରେ,କୁଚେଇ ବୁଡିରେ, ବିକାଶ ନଗର,ମହୁଲଡିହା, କଣ୍ଟାବଣୀ ବିଭିନ୍ନ ସ୍ଥାନରେ ମା’ଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଚାଲିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ