ରାଇରଙ୍ଗପୁର ଅଗ୍ରଣୀ ଆସିଏସ୍ଇ ମିଡିୟମ କେରଲା ପବ୍ଲିକ ସ୍କୁଲର ଶତପ୍ରତିଶତ ସଫଳତା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଂଜ ଜିଲ୍ଲାର ରାଇରଙ୍ଗପୁର ଅସନବଣିସ୍ଥ ଅଗ୍ରଣୀ ଆସିଏସ୍ଇ ଇଂରାଜୀ ମିଡିୟମ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପରୀକ୍ଷାରେ ଆଜି ଦଶମ ବୋର୍ଡର ସମସ୍ତ ପରୀକ୍ଷାର୍ଥୀ ଶତପ୍ରତିଶତ ସଫଳତା ହାସଲ କରି ଏକ ରେକର୍ଡ଼ ସୃଷ୍ଟି କରିଛନ୍ତି ।୭ଜଣ ଛାତ୍ର ଛାତ୍ରୀ ଶତକଡା ୯୦ରୁ ଉର୍ଦ୍ଧ୍ବ ମାର୍କ,୧୪ ଜଣ ଶତକଡା ୮୦ରୁ ଉର୍ଦ୍ଧ୍ବ ମାର୍କ,୧୩ଜଣ ଶତକଡା ୭୦ରୁ ଉର୍ଦ୍ଧ୍ବ ମାର୍କ,୧୬ଜଣ ଶତକଡା ୬୦ରୁ ଉର୍ଦ୍ଧ୍ବ ମାର୍କ ହାସଲ କରି ସଫଳତାର ଶୀର୍ଷକୁ ଚୁମ୍ବନ ଦେଇଛନ୍ତି । ଅଭିଷେକ ସାମଲ ଏବଂ ସ୍ବାମୀ ସ୍ୱାଗତିକା ନାଏକ ଦୁଇ ଜଣ ଶତକଡା ୯୪.୪ ମାର୍କ ରଖି ଯୁଗ୍ମ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ କମଲ ଗୁପ୍ତା ଶତକଡା ୯୩.୮ ମାର୍କ ରଖି ୨ୟ ସ୍ଥାନ ଏବଂ ସ୍ବରାଜ ସାହୁ ଶତକଡା ୯୧.୮ ମାର୍କ ରଖି ୩ୟ ସ୍ଥାନ ହାସଲ କରିଛନ୍ତି । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅସନବଣିସ୍ଥ ଇଂରାଜୀ ମିଡିୟମ କେରଲା ପବ୍ଲିକ ସ୍କୁଲ ରାଜ୍ୟର ଏକ ଵହୁ ପୁରାତନ ଆସିଏସ୍ଇ ମିଡିୟମ ସ୍କୁଲ ।ଏହା ଏକ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଂଚଳର ଏକ ମଣିଷ ତିଆରି କରାଖାନା । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶ,ବିଦେଶ ଓ ରାଜ୍ୟରେ ବିଭିନ୍ନ ଉଚ୍ଚ ପଦବୀରେ ପ୍ରତିଷ୍ଠିତ ହୋଇଛନ୍ତି ।ଏହି ବିଦ୍ୟାଳୟର କୃତି ଛାତ୍ରୀ କାମ୍ଯା ମିଶ୍ର ୨୦୧୯ରେ ଭାରତୀୟ ପ୍ରଶାସନିକ ସେବାରେ (ଆଇପିଏସ୍)ସଫଳତା ଲାଭ କରିଥିଲେ ।କୃତି ଛାତ୍ରଛାତ୍ରୀମାନେ ସେମାନଙ୍କର ସଫଳତା ପାଇଁ କେରଳ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ଭିଜୟନ ବାବୁ, ପରିଚାଳନା କମିଟିର ସଦସ୍ୟବୃନ୍ଦ, ବିଦ୍ୟାଳୟର ଅଧ୍ୟକ୍ଷା ଗୀତାଞ୍ଜଳି ତ୍ରିପାଠୀ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ କଠିନ ପରିଶ୍ରମ, ପ୍ରେରଣା, ଭଲପାଇବା, ବିଦ୍ୟାଳୟର ଉତ୍ତମ ଶିକ୍ଷା ପରିବେଶ ଯୋଗୁଁ ସେମାନେ ସଫଳତା ପାଇଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ