ରାଇରଙ୍ଗପୁର ଅବକାରୀ ବିଭାଗର ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଚଢାଉ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୮୦୦ କେଜି ପୋଚ,୪୦ ଲିଟର ଦେଶୀମଦ ଏବଂ ବିଭିନ୍ନ ରନ୍ଧା ସାମଗ୍ରୀ ଜବତ ଓ ନଷ୍ଟ କରାଯାଇଛି । ଚାଲିଛି ବର୍ତ୍ତମାନ ପାର୍ବଣ ଋତୁ ପଲ୍ଲିରୁ ସହର ସବୁଠାରେ ଚଳଚଂଚଳ । ଗାଁ ମୁହାଁ ଦାଦନ,ଯୁବ ଗୋଷ୍ଠୀ । ତେଣୁ ସୁଯୋଗ ଉଣ୍ଡି ମଦ ମାଫିଆମାନେ ସକ୍ରିୟ ହୋଇ ଉଠିଛନ୍ତି । ମାଓବାଦୀ ଯେମିତି ଜଙ୍ଗଲ ଦଖଲ କରିଛନ୍ତି ସେହିଭଳି ଚୋରା ମଦ ମାଫିଆମାନେ ଗାଁ ବାସୀ,ଜନ ପ୍ରତିନିଧି ମାନଙ୍କୁ ହାତକରି ଜଙ୍ଗଲ ଅଂଚଳ ଦଖଲ କରି ଚୋରା ମଦ ରନ୍ଧା କାରବାର ସୁରୁଖୁରୁରେ ଚଳାଇଛନ୍ତି । ସୂଚନାଯୋଗ୍ୟ ଯେ ମଦ ଯୋଗୁଁ ପାର୍ବଣ ଋତୁରେ ଗାଁ ଓ ସହର ପରିବେଶ ମଦ ପାଇଁ ଅଶାନ୍ତ ହୋଇ ପଡ଼ିବ । ଏହାକୁ ନେଇ ଅବକାରୀ ଅଧିକ୍ଷକ ପି ଧାରୁଆ ଚୋରା ମଦମାଫିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କରି ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଅବକାରୀ ଓଆଇସି ହରିହର ସିଂଙ୍କ ନେତୃତ୍ୱରେ ବୁଧବାର ଦିନ ଗୋରୁମହିଷାଣୀ ଥାନା ଅନ୍ତର୍ଗତ କୁଲଡ଼ିହା ଜଙ୍ଗଲରେ ଚଢ଼ାଉ କରି ୧୨୦୦ କେଜି ପୋତି,୩୦ ଲି ଦେଶୀ ମଦ, ଏବଂ ରୋଷେଇ ସାମଗ୍ରୀ ନଷ୍ଟ କରି ଦିଆଯାଇଛି । ସେହିଭଳି ଗୁରୁବାର ଦିନ ବିଶୋଇ ଥାନା ଅନ୍ତର୍ଗତ କୁନ୍ଦୁରା, ମଙ୍ଗଳପୁର ଏବଂ ବାଢୁଣିଆ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରି ୧୬୦୦ କେଜି ପୋତି,୧୦ଲି ଦେଶୀମଦ ଏବଂ ରନ୍ଧା ସାମଗ୍ରୀ ନଷ୍ଟ କରି ଦିଆଯାଇଛି । ଏହି ଚଢ଼ାଉରେ ଏ.ଏସ.ଆଇ ସିଦ୍ଧେଶ୍ୱର ନାଏକ,ସୁମନ୍ତ ମହାନ୍ତ,ସଚିପତି ମହାନ୍ତ,ଅମ୍ବିକା ନାଏକ, ତ୍ରିବେଣୀ ମହାନ୍ତ,ଚୁଡ଼ାମଣି ସିଂ,ବୁଦ୍ଧଦେବ ମହାନ୍ତ, ଶମ୍ଭୁନାଥ ପାତ୍ର ପ୍ରମୁଖ ଚଢାଉରଜ ସାମିଲ ହୋଇଥିଲେ । ଅବକାରୀ ବିଭାଗର ଘନ ଘନ ଚଢ଼ାଉରେ ମଦମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।