ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ କୋଭିଡ ଆଣ୍ଟିଜେନ ଟେଷ୍ଟ ଶୁଭାରମ୍ଭ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):’କରୋନା’ ମହାମାରୀ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।ଜନ ବିସ୍ଫୋରଣ ଦେଶ ଓ ରାଜ୍ୟରେ ଲୋକମାନଙ୍କର ଅସେଚନତା , ଖାମଖିଆଲି ଏବଂ ପରିସ୍ଥିତି ବାଧ୍ୟବାଧକତା ଯୋଗୁଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି । ଯାହାକି ସରକାରଙ୍କର ମଥା ଗୁଡୁମ କରି ଦେଇଛି । ଏପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଭାଗ କୌଣସି ସଫଳ ପାଇଁ ପାରି ନାହିଁ ।ସବୁଠି ସଫଳ ଉଦ୍ୟମ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କର କୋଭିଡ ଟେଷ୍ଟ କରାଯିବା ଉଚିତ ଏବଂ ସେମାନଙ୍କୁ ସେହି ଅନୁସାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଯାହାଫଳରେ କରୋନା ସ଼ଂକ୍ରମଣକୁ କିଛି ମାତ୍ରାରେ ଚେକ୍ କରାଯାଇପାରିବ । ଏଥିପାଇଁ ରାଜ୍ୟ ସରକାର ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ କୋଭିଡ ଟେଷ୍ଟ ପାଇଁ ଅନୁମତି ପ୍ରଦାନ ସହ ଆବଶ୍ୟକୀୟ କୋଭିଢ ସ୍ବାସ୍ଥ୍ୟ କର୍ମୀ ଏବଂ କିଟ ଯୋଗାଇ ଦେଇଛନ୍ତି । ମଙ୍ଗଳବାର ଦିନ ଚକ୍ଷୁ ଓ୍ବାର୍ଡ ଯାହାକି ଆଇସୋଲେସେନ ଓ୍ବାର୍ଡ କରାଯାଇଛି । ସେଠାରେ ନିଃଶୁଳ୍କ କୋଭିଡ ଆଣ୍ଟିଜେନ ଟେଷ୍ଟର ଶୁଭାରମ୍ଭ କରାଯାଇଛି ।କୋଭିଡ ସ୍ବାସ୍ଥ୍ୟ କର୍ମୀ ଲାବୋରାଟୋରୀ ଟେକନିସିଆନ ଦୀପକ ବେହେରା, ପୁରୁଷ ସ୍ବାସ୍ଥ୍ୟ କର୍ମୀ ଦୀପକ ମହାନ୍ତ,ଡିଇଓ ଶରଣ ପଲେଇ ପ୍ରମୁଖ ୪ଜଣ ଖବର ଦାତା କରୋନା ଯୋଦ୍ଧା ମଳୟ ଦାସ,ସୁଜିତ୍ ପଟ୍ଟନାୟକ,ସେକ୍ ସଦାମ,ସ଼ଂଜୟ ପରିଡାଙ୍କର ଟେଷ୍ଟ କରାଇ ଯାଇଥିଲା । ରିପୋର୍ଟରେ ସେମାନେ ସୁରକ୍ଷିତ ବୋଲି ହସ୍ପିଟାଲ କତୃପକ୍ଷ ସୂଚାଇ ଦେଇଛନ୍ତି । ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ କୋଭିଢ ପରୀକ୍ଷଣ ଆରମ୍ଭ। କରା ଯାଇଥିବାରୁ ଉପଖଣ୍ଡ ବାସୀଙ୍କ ମଧ୍ୟରେ। ସନ୍ତୋଷ ପ୍ରକାଶ ପାଇଛି । ଥଣ୍ଡା,କଫ,କାଶ,ଛାତିକଷ୍ଟ ପାଉଥିବା ଲୋକଙ୍କ ସହ ସାଧାରଣ ଲୋକ ମଧ୍ୟ ନିଜକୁ କୋଭିଢ ପରୀକ୍ଷା କରାଇ ନିଜକୁ ସୁରକ୍ଷିତ ରହିବା ପାଇଁ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଛତିଶ ଚନ୍ଦ୍ର ମହାନ୍ତ ଅଂଚଳବାସିଙ୍କୁ ଅନୁରୋଧ କରିଛନ୍ତି ।