ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଆନ୍ତର୍ଜାତିକ ସେବିକା ଦିବସ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ସମଗ୍ର ମାନବ ସମାଜ ପାଇଁ ସେବିକାମାନେ ଦେବଦୂତ । ସ୍ୱାସ୍ଥ୍ୟ ସେବାରେ ସେମାନଙ୍କର ଭୂମିକା ଅବର୍ଣ୍ଣନୀୟ ଓ ଅତୁଳନୀୟ ।ସ୍ନେହ, ମମତା,ପ୍ରେମ , ଦୟା ଓ ସେବାର ପ୍ରତିକ ହେଲେ ସେବିକା ।୧୨ ମଇ ୧୮୨୦ ମସିହାରେ ମହାନ ମହିୟସୀ ମହିଳା ଫ୍ଲୋରେନ୍ସ ନାଇଟିଙ୍ଗେଲ ଇଟାଲୀ ମାଟିରେ ଜନ୍ମ ହୋଇଥିଲେ ।କ୍ରିମିୟା ଯୁଦ୍ଧ ସମୟରେ ନିଜ ଜୀବନକୁ ବାଜି ଲଗାଇ ସେ ସେବିକା ମାନଙ୍କୁ ତାଲିମ ଦେଇ ଯୁଦ୍ଧର ଆହତ ସୈନିକ ଓ ଜନସାଧାରଣଙ୍କୁ ସେବା ଯୋଗାଇ ଥିଲେ । ସେହି ମହାନ ସେବାର ମୂର୍ତ୍ତିମନ୍ତ ମହିଳାଙ୍କ ଜନ୍ମ ଦିନକୁ ୧୯୬୫ ମସିହା ମଇ ୧୨ ତାରିଖକୁ ଆନ୍ତର୍ଜାତିକ ସେବିକା ଦିବସ ଭାବେ ପାଳନ କରାଯାଉଛି । ଆଜି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ବରିଷ୍ଠ ମେଡିକାଲ ବେଙ୍ଗ ମାଝୀଙ୍କ ଅଧ୍ୟକ୍ଷତାରେ ବିଶ୍ବ ମେଡିକାଲ ଦିବସ ପାଳନ କରାଯାଉଛି । କରୋନା ମହାମାରୀ ସମୟରେ ସେବିକା ମାନେ ନିଜର ପରିବାର ସେବା ଓ ଡାକ୍ତରଖାନାର ରୋଗୀମାନଙ୍କ ସେବା ଅବର୍ଣ୍ଣନୀୟ।ସେବିକା ମାନଙ୍କ ମଧ୍ୟରେ ଉତ୍ସାହ,ପ୍ରେରଣା ଯୋଗାଇ ଦେବା ପାଇଁ ଏହି ଦିବସର ଉଦେଶ୍ୟ ବୋଲି କହିଥିଲେ । ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସଂଖ୍ୟା ଅଧିକ ଥିବାବେଳେ ନର୍ସ ମାନଙ୍କ ସଂଖ୍ୟା ବହୁତ କମ୍ । ତିନିଟା ତିନିଟା ବିଭାଗର ଦାୟିତ୍ବରେ ଜଣେ ଜଣେ ନର୍ସ କାମ କରୁଛନ୍ତି ।ଅଧିକ ସମୟ ମଧ୍ୟ କାମ କରି ଚାପରେ ରହୁଛନ୍ତି । କାର୍ଯ୍ୟସ୍ଥଳୀରେ ସୁରକ୍ଷା ମଧ୍ୟ ଚାହୁଁଛନ୍ତି । ତଥାପି ଯେତେ ପରିଶ୍ରମ ହେଲେ ମଧ୍ୟ, ନିଜେ ରୋଗୀଣା ହୋଇ ମଧ୍ୟ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ସେମାନେ ଖୁସି ବୋଲି ଗଣମାଧ୍ୟମକୁ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ