ରାଇରଙ୍ଗପୁର ଏସ୍.ଏସ୍.ଡି. ସ୍କୁଲରେ “ଆଜାଦୀ କା ଅମୃତ ମହୋତ୍ସବ”
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଗ।ର୍ଲସ ବ୍ୟାଟାଲିୟାନ ଏନ.ସି.ସି. ଭୁବନେଶ୍ଵର ପକ୍ଷରୁ ସ୍ଥାନୀୟ ମହୁଲଡ଼ିହା ସ୍ଥିତ ଏସ୍.ଏସ୍.ଡି. ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ଵାଧୀନତାର ୭୫ତମ ବର୍ଷ ପାଳନ ଅବସରରେ ବୀର ଶହୀଦଙ୍କୁ ଶତ ଶତ ନମସ୍କାର ପରିପ୍ରେକ୍ଷୀରେ ବୀର ଶହୀଦଙ୍କ ପରିଜନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଭବ୍ୟ ସମାରୋହରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାଳୟା ସୋରେନ ପୌରୋହିତ୍ୟ କରିଥିଲେ । ମୁଖ୍ୟ ଅତିଥି ପ୍ରାକ୍ତନ ଏନ.ସି.ସି. ଅଫିସର ତଥା ଶିକ୍ଷାବିତ୍ ଦିଲ୍ଲୀପ କୁମାର ମହାନ୍ତି ବୀର ଶହୀଦଙ୍କ ଅମର ଗାଥା ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ସ୍ତମ୍ଭକାର ଲଳିତ କୁମାର ମହାନ୍ତ ଅମୃତ ମହୋତ୍ସବ ପାଳନର ପ୍ରାସଙ୍ଗିକତା ସମ୍ପର୍କରେ ବିଶଦ ଭାବରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଏସ୍.ଏସ୍.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଅଧକ୍ଷ ଦିଲ୍ଲୀପ କୁମାର ସାହୁ, ଅଧ୍ୟାପକ ଶ୍ରୀକାନ୍ତ ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ପ୍ରତିମା ନନ୍ଦ ପ୍ରମୁଖ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରି ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞ।ପନ କରିଥିଲେ । ବୀର ଶହୀଦ ନୁଦୁରାମ ସୋରେନ, ସାଇବା ବାସ୍କେ, ରଥୀନ୍ଦ୍ର ନାଥ ହାଁସଦାଃ, ବିକ୍ରମ ଟୁଡୁ ଓ ବିମଳ କୁମାର ମହାନ୍ତଙ୍କ ପରିଜନ ଯଥାକ୍ରମେ ଲକ୍ଷ୍ମୀମଣି ସୋରେନ, ଗିର୍ଥ ବାସ୍କେ, ଦେବେନ୍ଦ୍ର ହାଁସଦାଃ, ବୀଜ ଟୁଡୁ ଓ ପ୍ରଭାକର ମହାନ୍ତଙ୍କୁ ଫୁଲ ତୋଡା ଓ ସ୍ମୃତି ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏନ.ସି.ସି. ସେକେଣ୍ଡ ଅଫିସର ହେମଲତା ମହାନ୍ତ ସମାରୋହର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ରାଜକିଶୋର ସୋରେନ, ଲଳିତ କୁମାର ବାରିକ, ଗୌରଚନ୍ଦ୍ର ବାରିକ, ରତିକାନ୍ତ ମୁଖି, ନରହରି ମୁର୍ମୁ, ହରପ୍ରସାଦ ମହାନ୍ତ, ରାମ ହେମ୍ବ୍ରମ, ଅଧ୍ୟାପକ ରାଜେନ୍ଦ୍ର ହେମ୍ବ୍ରମ, ଚିନ୍ମୟ ଚିରଞ୍ଜିବୀ ମହାନ୍ତି, ଶିକ୍ଷୟିତ୍ରୀ ପ୍ରବାସିନୀ ସେଠୀ, ଶାଶ୍ଵତି ମହାନ୍ତି, ସାଗରିକା ମହାପାତ୍ର, ପୁଷ୍ପିତା ରାଉତ, ରଶ୍ମିବତୀ ମୁର୍ମୁ, ଶାଙ୍ଖିମଣି ହେମ୍ବ୍ରମ, ଅଧ୍ୟାପିକା ସେବାରଣୀ ହାଁସଦାଃ, ଅଧ୍ୟାପିକା ସମୀକ୍ଷା ପରିଡା, ଅଧ୍ୟାପିକା ଭାଗ୍ୟଶ୍ରୀ କର ଓ ଅଧ୍ୟାପିକା ରାଜଶ୍ରୀ ରାଉତ, ପ୍ରମୁଖ ସହଯୋଗ କରିଥିଲେ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ପରିସମାପ୍ତିରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ସର୍ବ ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ସରସ୍ଵତୀ ମହଲା ଧନ୍ୟବାଦ ଅର୍ପଣ କରିଥିଲେ ।


