ରାଇରଙ୍ଗପୁର ଓକିଲ ସଂଘର ଦେଶ ରକ୍ଷକଙ୍କ ପ୍ରତି ମାନବିକତାର ଅତ୍ୟନ୍ତ ପ୍ରଶଂସନୀୟ

ରାଇରଙ୍ଗପୁର,(ଅକ୍ଷୟ ବିଶ୍ବାଳ):ସମଗ୍ର ମାନବ ସମାଜକୁ ଚାରିପଟୁ ଘେରି ଦଜଲାଣି ସେହି ଅଦୃଶ୍ୟ ମ‌ହାମାରି ଭୂତାଣୁ ‘କରୋନା’ । ତ୍ରାହି ତ୍ରାହି ତ୍ରାହି ହେଲେଣି ସମସ୍ତେ । କୌଣସି ପ୍ରକାର ଔଷଧ,ସାମଗ୍ରୀ,ବିକଳ୍ପ ରାସ୍ତା ମିଳୁନି ।ଜନ ବିସ୍ଫୋରଣ ଡରିବି ଭାରତୀୟ ଙ୍କ ପାଖରେ କମ୍ ଖର୍ଚ୍ଚରେ ଏକମାତ୍ର ମହା ଔଷଧୀ ଅଛି ସାମାଜିକ ଦୂରତା ଏବଂ ମୁଖା । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ହିନ୍ଦୁସ୍ତାନକୁ ମହାବନ୍ଦି କରି ଦିଆଯାଇଛି ।ଏହାର ସାରଥୀ ଦାୟିତ୍ଵ ନିର୍ବାହ କରୁଛନ୍ତି ପୋଲିସ ବାହିନୀ ।ଅମାନିଆ, ଅବୁଝା ,ଅସଚେତନ, ବାହୁବଳୀ, କ୍ଷମତା ବଳି,ମଦୁଆ, ଅସାମାଜିକ,ମଦୁଆ, ଲୁଟେରାଙ୍କୁ ବୁଝାଇବା ପାଇଁ କି ଖରା କି ତରା ରେ ଦିର୍ଘ ଦିନ ହେଲା କଠିନ ପରିଶ୍ରମ କରୁଛନ୍ତି ଯାହାକି ଅବର୍ଣ୍ଣନୀୟ । ଏ ମାନଙ୍କର ମାନବ ସମାଜକୁ ରକ୍ଷା କରିବା ପାଇଁ ଯେଉଁ ଦାୟିତ୍ଵ ବିନା ଦ୍ବିଧାରେ ଝାଳ ନାଳ ହୋଇ ନିଭାଉଛନ୍ତି ତାହାକୁ ଦେଖି ବ୍ରହ୍ମା ମଧ୍ୟ ତରଳି ଯିବେ । ଅଦୃଶ୍ଯ ଶତ୍ରୁ ମହାମାରୀ’କରୋନା’କୁ ପ୍ରତିହତ କରିବା ପାଇଁ ଦିବାରାତ୍ର ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ସେମାନଙ୍କ ପାଇଁ ରାଇରଙ୍ଗପୁର ଓକିଲ ସଂଘ ତରଫରୁ ଯଥାସାଧ୍ୟ ଶୁଖିଲା ଜଳଖିଆ, ପିଇବା ପାଣି ପ୍ରଦାନ କରାଯାଇଥିଲା ।ରାଇରଙ୍ଗପୁର ଓକିଲ ସଂଘ ସେମାନଙ୍କ ନିଷ୍ଠା ପ୍ରତି କିଛିଟା ସହଯୋଗର ହାତ ଶୁକ୍ରବାର ଦିନ ବଢ଼ାଇଥିବାରୁ । କିଛି ଶୁଖିଲା ଖାଦ୍ୟ ,ପାଣି ଯଥାସାଧ୍ୟ ସଂଗ୍ରହ କରି ରାଇରଙ୍ଗପୁର ଟାଉନ ଥାନାରେ, ମୁର୍ମୁ ଛକରେ, ଦୁର୍ଗାମଣ୍ଡପ ଛକରେ ଗୋଲେଇ ଛକରେ କାର୍ଯ୍ୟରତ ପୋଲିସ ଭାଇ, ଭଉଣୀ ମାନଙ୍କୁ ଦେଇଥିଲେ । ରାଇରଙ୍ଗପୁର ଓକିଲ ସଂଘର ଦେଶ ରକ୍ଷକଙ୍କ ପ୍ରତି ମାନବିକତାର ମୁଲ୍ୟବୋଧ ଅତ୍ୟନ୍ତ ପ୍ରଶଂସନୀୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ